ବିଶ୍ୱ ହୃଦୟ ଦିବସ ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ମେଗା ୱାକାଥନ୍‌ ଆୟୋଜିତ

0 1

ଭୁବନେଶ୍ୱର, ୨୯ । ୦୯, : ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିଶାଳ ୱାକାଥନ୍‌‌ର ଆୟୋଜନ କରାଯାଇଥିଲା । କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର – ୩ ଠାରୁ ପାଲ୍ ହାଇଟ୍‌ସ୍ ଛକ ଯାଏଁ ଅନୁଷ୍ଠିତ ଏ ବିଶାଳ ୱାକାଥନ୍‌‌ରେ ୫୦୦ରୁ ଉର୍ଦ୍ଧ୍ୱ ଲୋକ ଭାଗ ନେଇଥିଲେ । ସାଧାରଣ ଲୋକଙ୍କ ନିମନ୍ତେ ହୃଦ୍‌ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ୱାକାଥନ୍‌୍‌ର ଥିମ୍ ଥିଲା “Conquer Heart Health”
ମଣିପାଲ ହସ୍ପିଟାଲ ଦ୍ୱାରା ଆୟୋଜିତ ଏହି ବିଶାଳ ୱାକାଥନ୍‌କୁ ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ସମେତ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଯାତି କେଶରୀ ପାଢ଼ୀ, ଡାକ୍ତର ଲିଙ୍ଗରାଜ ନାଥ, ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ୍‌, ଡାକ୍ତର ଦିବ୍ୟରଞ୍ଜନ ବେହେରା, ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ବରିଷ୍ଠ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକ, ଡାକ୍ତର ବିଶ୍ୱଜିତ ମହାପାତ୍ର ଏବଂ କାର୍ଡିଆ ଆନେସ୍ଥେସିଆ ଡାକ୍ତର ବିବେକ ଚୌଧୁରୀ ଫ୍ଲାଗ୍ ଅଫ୍ କରି ଉଦ୍ଘାଟନ କରିଥିଲେ ।
ଏହି ୱାକାଥନ୍ ସମ୍ପର୍କରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ବିଶ୍ୱ ହୃଦୟ ଦିବସ ଅବସରରେ ଆମେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ହୃଦ୍‌୍‌ରୋଗ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ “ଏହି ବିଶାଳ ୱାକାଥନ୍‌” ଆରମ୍ଭ କରିଛୁ । ସାଧାରଣ ଲୋକଙ୍କୁ ହୃଦ୍‌‌ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ବାବଦରେ ଅବଗତ କରାଇବା ମଣିପାଲ ହସ୍ପିଟାଲସ ଭୁବନେଶ୍ୱରର ଲକ୍ଷ୍ୟ । କାରଣ ଆମେ ହୃଦ୍‌‌ରୋଗ ବିଷୟରେ ସଚେତନ ହୋଇ ପାରିଲେ ବିଭିନ୍ନ ପ୍ରକାର ହୃଦ୍‌‌ରୋଗଠାରୁ ସୁରକ୍ଷିତ ରହି ପାରିବା ।”

ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୱାକାଥନ୍‌ରେ ଲୋକଙ୍କୁ ମାଗଣାରେ ଟି-ସାଟ୍‌ର୍ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଇଥିଲା । ଏହାକୁ ବାଦ୍ ଦେଲେ ଡାକ୍ତର ମାନେ ଏକ ସୁସ୍ଥ ହୃଦୟ ପାଇଁ ଆବଶ୍ୟକ ହେଉଥିବା ଜୀବନଶୈଳୀ ଜନିତ ପରିବର୍ତ୍ତନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଯେମିତି କି:

– ନିୟମିତ ବ୍ୟବଧାନରେ ହାର୍ଟ୍ ପରୀକ୍ଷା

– ନିୟମିତ ବ୍ୟାୟାମ

– ସ୍ୱାସ୍ଥ୍ୟକର ଖାଦ୍ୟପେୟ

– ଧୂମପାନ ସମ୍ପୂର୍ଣ୍ଣ ବନ୍ଦ କରିବା

– ମାନସିକ ଚାପଠାରୁ ମୁକ୍ତି

– ରାତିରେ ଅତି କମ୍‌ରେ ୭-୮ ଘଣ୍ଟା ଶୋଇବା

Leave A Reply

Your email address will not be published.