ବଂଶଧାରା କଲେଜ ରେ ତାଲୁକ ଲିଗାଲ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବଂଶଧାରା ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ତାଲୁକ ଲିଗାଲ ଆଇନ ସହାୟତା ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସବ ଜଜ ସନ୍ତୋଷ କୁମାର ମହାପାତ୍ର ଉପଖଣ୍ଡ ଦୌରା ଜଜ ବିଜୟଲଷ୍ମୀ ମହାପାତ୍ର ପ୍ରଥମ ଶ୍ରେଣୀ ବିଚାରପତି ପୁଣ୍ୟସ୍ଲକ ଦାସ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଗୁଣୁପୁର ବାର ଆସୋସିଏସନ ପୂର୍ବତନ ସଭାପତି ଉମା ପଟନାୟକ ବାର ର ସହ ସମ୍ପାଦକ ସୁରଜ ପାତ୍ର ଓକିଲ ରମେଶ ଲିମା ଏବଂ ବଂଶଧାରା କଲେଜ ର ଅଧକ୍ଷ୍ୟ ଲଷ୍ମୀ ମହାଙ୍କୁଡ଼ ଯୋଗ ଦେଇ ପୋଷ୍କ ଆଇନ ଉପରେ ଆଲୋକପାତ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ବେଙ୍ଗଲୁର ରୁ କୈଳାସ ଗଙ୍ଗା ଯୋଗ ଦେଇ ପୋସ୍କ ଉପରେ ବୁଝାଇ ଥିଲେ |

ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅନୁଷ୍ଠାନ ର ଅଧକ୍ଷ୍ୟ ଲଷ୍ମୀ ମହାଙ୍କୁଡ ଦେଇ ଥିଲେ |

ଅନୁଷ୍ଠାନ ର ଶତାଧିକ ଛାତ୍ର ଛାତ୍ରୀ ଙ୍କ ସହ ସମସ୍ତ ଅଧ୍ୟପାକ ଅଧ୍ୟାପିକା ଯୋଗ ଦେଇ ଥିଲେ |

Leave A Reply

Your email address will not be published.