ଜିଲ୍ଲା ରାଜସ୍ବ ନୀରିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

0 1

ଖଇରା, ବୁଲୁ ଲେଙ୍କା ୨୯/୯/୨୪- ବାଲେଶ୍ଵର ଜିଲ୍ଲାର ୧୨ ଗୋଟି ତହସିଲ ଅଧିନରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ପରିଦର୍ଶକ ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ସଦର ତହସିଲ ଅଧିନରେ ଥିବା ବାଲେଶ୍ଵର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଗତ ତା ୨୫/୯/୨୦୨୪ ରିଖର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ଯ ଅଣଗେଜେଡ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ବାଲେଶ୍ଵର ଜିଲ୍ଲା ଶାଖାର ୧୬ ତମ ତ୍ରୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ଵର ଜିଲ୍ଲା ସଂଘର ପୂର୍ବତନ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଚାନ୍ଦ ସଭାରେ ସଭାପତିତ୍ବ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଜିଲ୍ଲା ସଂଘର ସମସ୍ତ ୧୨ ଗୋଟିଏ ତହସିଲରୁ ଆସିଥିବା ନିର୍ବାଚିତ ସଭ୍ୟ ଓ ସଭ୍ୟା ମାନଙ୍କ ଉପସ୍ଥିତିରେ ବିଷଦ ଭାବେ ଆଲୋଚନା କରାଯାଇ ଜିଲ୍ଲା ସଂଘକୁ ସଶକ୍ତ କରିବା ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ପଦକ୍ଷେପ ଗ୍ରହଣ ନିମନ୍ତେ ମତାମତ ନିଆଯାଇଥିଲା । ଜିଲ୍ଲା ସଂଘର ସଭାପତି ଶ୍ରୀ ଚାନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିବରଣୀ ପାଠ ପରେ ଆଗାମୀ ଦିନରେ ଜିଲ୍ଲାର କ୍ରୀୟାଶୀଳ ସଭ୍ୟ ଓ ସଭ୍ୟାଙ୍କୁ ନୂତନ ଭାବେ କର୍ମକର୍ତ୍ତା ପାଇଁ ନିର୍ବାଚିତ କରାଯାଇଥିଲା । ଖଇରା ରାଜସ୍ବ ନୀରିକ୍ଷକ ସୁବ୍ରତ କୁମାର ସିଂ ଜିଲ୍ଲା ସଭାପତି ପଦବୀ ପାଇଁ ମନୋନୀତ ହୋଇଥିଲେ । ଉପସଭାପତି ରାଜେଶ କୁମାର ଦେ, ସମ୍ପାଦକ ସହକାରୀ ରାଜସ୍ବ ନୀରିକ୍ଷକ, ଯୁଗ୍ମ ସମ୍ପାଦକ ଏଆରଆଇ ପ୍ରମୋଦ ରାମ, କୋଷାଧ୍ୟକ୍ଷ ଶରତ କୁମାର ବେହେରା, ସମୀକ୍ଷକ ତାପସ ଜେନା, ସଂଗଠନ ସମ୍ପାଦକ ସୃଷ୍ଟିଧର ପଟ୍ଟାୟତ, କାର୍ଯ୍ୟାଳୟ ସମ୍ପାଦକ ଏଆରଆଇ ସରୋଜ କୁମାର ଭଞ୍ଜ, ସମୀକ୍ଷକ ଅରୁଣ କୁମାର ମହାଳିକ, ପ୍ରମୁଖ ସମସ୍ତ ନିର୍ବାଚିତ କର୍ମକର୍ତ୍ତା ମାନେ ସଂଘର ନିୟମାବଳୀ ଅନୁସାରେ କାର୍ଯ୍ୟ ତୁଲାଇବା ପାଇଁ ଶପଥ ପାଠ କରିଥିଲେ । ସର୍ବଶେଷରେ ସଭାପତିଙ୍କ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ ହୋଇଥିଲା ।।

Leave A Reply

Your email address will not be published.