ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଶିକ୍ଷକ ପ୍ରଶିକ୍ଷକ ଦୀପକ ବେହେରା ଯୋଗଦେଇ ସ୍ଵଚ୍ଛତା କଣ,ସ୍ଵଚ୍ଛତା ର ଅର୍ଥ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ,କୋରଡ଼ା ପଞ୍ଚାୟତ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଖଣ୍ଡୁଆଳ,ନୂଆଗାଁ ହାଇସ୍କୁଲ୍ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ଜଗନ୍ନାଥ ପ୍ରସାଦ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ର ମହତ୍ତ୍ୱ ବର୍ଣ୍ଣନା କରିଥଲେ।ସୁସ୍ଥ ଜୀବନ ଯାପନ ପାଇଁ ସ୍ଵଚ୍ଛତା ଆବଶ୍ୟକ ଏବଂ ଆମେ ନିଜେ ସ୍ୱଚ୍ଛ ରହିବା ଆବଶ୍ୟକ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ,ରଚନା , ପୋଏଟ ରାଇଟିଙ୍ଗ ଏବଂ ସ୍ଲୋଗାନ ରାଇଟିଙ୍ଗ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରାଥମିକ ସ୍ତରରେ ରଚନା ପ୍ରତିଯୋଗିତାରେ ନୂଆଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ ପ୍ରସାଦ ବେହେରା ପ୍ରଥମ, ପୋଏଟ ରାଇଟିଙ୍ଗ ରେ ମେଘ୍ନା ପ୍ରିୟଦର୍ଶିନୀ ପ୍ରଧାନ ପ୍ରଥମ ,ଚିତ୍ରାଙ୍କନ ରେ ସିପ୍ରା ସୋମାଲିନ ପରିଡ଼ା ପ୍ରଥମ , ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ ରତ୍ନାରାଣୀ ସ୍ବାଇଁ ସ୍ଲୋଗାନ ରାଇଟିଂ ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ମାଧ୍ୟମିକ ସ୍ତରରେ ରଚନା ପ୍ରତିଯୋଗିତାରେ ସରକାରୀ ହାଇସ୍କୁଲ ଖଣ୍ଡୁଗାଁ ଦଶମ ଶ୍ରେଣୀ ଛାତ୍ରୀ ସ୍ଵପ୍ନା ମଣ୍ଡଳ ପ୍ରଥମ,ସ୍ଲୋଗାନ ରାଇଟିଙ୍ଗ ଇଶା ପଣ୍ଡା ପ୍ରଥମ, ବାହାଡ ଝୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ ପୋଏଟ ରାଇଟିଙ୍ଗ ରେ ପ୍ରଥମ ,ନୂଆଗାଁ ହାଇସ୍କୁଲ୍ ନବମ ଶ୍ରେଣୀ ଛାତ୍ର ରୋସନ ପରିଡ଼ା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post