ବାଇକ୍ ଉପରେ ଚଢିଲା ଟ୍ରକ୍ ଜଣେ ମୃତ ମୃତ, ଜଣ ଗୁରୁତର

0 1

ପଦ୍ମପୁର :- ବିଜୁ ଏକ୍ସପ୍ରେସ ୱେ ର କପସିଲା ରୋଡ ରେ ଏକ ମର୍ମୁଦନ୍ତ ସଡକ ଦୁର୍ଘଟଣାର ଶିକାର ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର
ଅବସ୍ଥାରେ ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l ଜଗଦଳପୁର ଥାନା ଅନ୍ତର୍ଗତ ଲୁହୁରାକୋଟ ଗ୍ରାମର ବୃନ୍ଦାବନ ବେସରା (୩୨) ଓ ତାଙ୍କ ପତ୍ନୀ ନୁରା ବେସରା ବରଗଡ଼ ବରଗଡ଼ ପଟୁ ନିଜ ଘର କୁ ଫେରୁ ଥିବା ବେଳେ ବିଜୁ ଏକ୍ସ୍ପ୍ରେସ୍ ୱେ ର କପସିଲା ଛକ ଠାରେ ପଛ ପଟୁ ଏକ ଟ୍ରକ୍ ନଂ ଓଡି ୧୭ ଏଲ୍ ୩୫୯୦ ଧକ୍କା ଦେଇଥିଲା ଫଳରେ ବାଇକ୍ ଆରୋହୀ ର ମୁଣ୍ଡ ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ମୃତ୍ୟୁ ଘଟିଛି l ଏବଂ ତାଙ୍କ ପତ୍ନୀ ଆହତ ହୋଇଥିଲେ। ଟ୍ରକ୍ ଚାଳକ ଫେରାର୍ ହୋଇ ଯାଇଥିବା ବେଳେ ଟ୍ରକ୍ କୁ ପୋଲିସ ଜବତ କରିଛି। ପୂର୍ତ୍ତ ବିଭାଗର ର ଖାମ ଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଅର୍ଦ୍ଧ ନିର୍ମିତ ରାସ୍ତା ପାଇଁ ଜଣେ ନିରୀହ ଲୋକର ଜୀବନ ଦୀପ ଲିଭି ଯିବା ସହିତ ସଂସାର ଚୁରମାର ହୋଇ ଯାଇଛି। ଅର୍ଦ୍ଧ ନିର୍ମିତ ରାସ୍ତା କେବେ ସମ୍ପୂର୍ଣ୍ଣ ହେବ ବୋଲି ସାଧାରଣ ରେ ଦାବି ହୋଇଛି।

Leave A Reply

Your email address will not be published.