“କୋଶଲୀ ଭାଷାର ଉନ୍ନତି ରେ କଲାପଟା ସାହିତ୍ୟ ଉଲଗୁଲାନ କରିଛି”

0

‘ଘାଏ ଦେଖତ କଲାପଟା’ ର ବାର୍ଷିକ ଉତ୍ସବ ଉଦଯାପିତ 

ଗାଇସିଲେଟ/କେଦାର ନାଥ ସାହୁ

ଗାଇସିଲେଟ ସ୍ଥିତ ଶହିଦ ଛକରେ ପ୍ରତିଷ୍ଠିତ  ହୋଇଥିବା ‘ଘାଏ ଦେଖତ କଲାପଟା’ର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି।

କୋଶଲୀ ଭାଷାର ଉନ୍ନତିରେ କଲାପଟା ସାହିତ୍ୟ ଉଲଗୁଲାନ କରିଛି । ବର୍ତ୍ତମାନ ଏହି ଭାଷାର ବହୁଳ ଆଲୋଚନା ପ୍ରଚାର ଓ ପ୍ରସାର ପାଇଁ  ଜରୁରୀ ଅଟେ। ଭାଷା କବିମାନଙ୍କ କଲମରେ ବିକଶିତ ହୋଇସାରିଛି। ଭାଷାବିତ ମାନେ ଗବେଷଣାତ୍ମକ ଆଲୋଚନା ମାଧ୍ୟମରେ  ସମ୍ପୁର୍ଣ ଲୋକାଭିମୁଖୀ  କରି ଅନ୍ୟ ଭାଷା ଭଲି ସମୃଦ୍ଧ କରିବା ଆବଶ୍ୟକ ବୋଲି “ଘାଏ ଦେଖତ କଲାପଟା” ଗାଇସିଲେଟର ଚତୁର୍ଥ ବାର୍ଷିକ ଉତ୍ସବରେ ବକ୍ତାମାନେ ମତପ୍ରଦାନ କରିଥିଲେ। ସଭାପତି ଆଦିତ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଭାଷା ଅନ୍ଦୋଳନର ପୁରୋଧା ଉତ୍ପନ୍ନ ଭୋଇ ମୁଖ୍ୟଅତିଥି, ଅଧ୍ୟାପକ କିଶୋର ମେହେର ମୁଖ୍ୟବକ୍ତା, ଅଧ୍ୟାପକ ଜୟକେତନ ତ୍ରିପାଠୀ,ଭାଷାବିତ ନିରଂଜନ ପଣ୍ଡା, ସଂପାଦକ ବୈରାଗୀ ସାହୁ ମଞ୍ଚାସୀନ ଥିଲେ । ଋକ୍ମଣ ଦିଶ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଶେଷ ଦାସ ସଂପାଦକୀୟ ବିବରଣୀ ପଠନ କରିଥିଲେ । ଏହି ଅବସର ରେ ମୁଖପତ୍ର “ଘାଏ ଦେଖତ କଲାପଟା”,କବି ମାୟାଧର ଛତରଙ୍କ “ଭାରତୀ” କବି ସଦାଶିବ ଦୀପଙ୍କ ରଚିତ “ମୋର ସଖି ପ୍ରମିଳା” କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କୁନି ସମ୍ବଲପୁରୀ ନୃତ୍ୟ ଶିଲ୍ପୀ ଆଭାରାଣୀ ସାହୁ,ତଁହକର ସଂପାଦକ ରାଜେଶ ଦଣ୍ଡସେନା, କବି ଅଧିକାରୀ ସା, କରମା ବାହାକ୍ ଫଗୁନୁ ମହଲା, ଢୁଲିଆ ବଲରାମ ବାଗ ପ୍ରମୁଖଙ୍କୁ କଲାପଟା ସାହିତ୍ୟକୁଟୁମ ତରଫରୁ ସମ୍ମାନୀତ କରାଯାଇଥିଲା। ପରେ କବି କୃଷ୍ଣଚନ୍ଦ୍ର ଭୋଇ ଙ୍କ ସଂଯୋଜନାରେ କବିତା ଆସର ରେ କବି ହିରାଲାଲ ସାହୁ,ଅର୍ଜୁନ ସାହୁ,ଶ୍ରୀୟାକାନ୍ତ ଦାସ,କୌଶଲ୍ୟା ପଧାନ,ଉମେଶ ପଧାନ, ଗୌର ସା,ମନୋରଞ୍ଜନ ଲୁହା,  ବିନୟ ମିଶ୍ର,ରହିତ ନାୟକ, ଶଙ୍କର ସାହୁ, ଦେବେନ୍ଦ୍ର ସାହୁ ଙ୍କ ସମେତ ପଚାଶରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ। ସଭା କାର୍ୟ୍ୟକ୍ରମକୁ ନବୀନ ସାହୁ ପରିଚାଳନା କରିଥିବା ବେଲେ ଅଧ୍ୟାପକ ରମଣୀ ରଞ୍ଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.