ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କେସିଆର

0

ଭୁବନେଶ୍ୱର – ଦେଶରେ କଂଗ୍ରେସ ବିଜେପିର ତୃତୀୟ ବିକଳ୍ପ ନେଇ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଛି । ତା ଉପରେ କୌଣସି ନିର୍ଦ୍ଧିଷ୍ଟ ରୂପରେଖ ହୋଇନାହିଁ । ଦେଶରେ ବର୍ତମାନ ପରିବର୍ତନର ସମୟ ଆସିଛି । ଯାହାକି ନିକଟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ସେହି ପରିବର୍ତନକୁ ଦୃଷ୍ଟିରେ ରଖି ତୃତୀୟ ବିକଳ୍ପ କରିବାର ସୁଯୋଗ ମିଳିଛି ବୋଲି ଓଡ଼ିଶା ଗସ୍ତରେ ଆସିଥିବା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ପ୍ରକାଶ କରିଛନ୍ତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ରାଓ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତରରେ କହିଥିଲେ ଯେ, ଏହି ତୃତୀୟ ବିକଳ୍ପ ପାଇଁ ସମଭାବାପନ୍ନ ଆଂଚଳିକ ଦଳ ଗୁଡ଼ିକ ଏକାଠି ହେବାର ଆବଶ୍ୟକତା ରହିଛି ଏବଂ ସେମାନଙ୍କ ସହିତ ଆଲୋଚନା ଆରମ୍ଭ କରାଯାଇଛି । ବିଜେପିର ବି ଟିମ୍ ବୋଲି ମୋତେ ନେଇ ଯାହା କୁହାଯାଉଛି ତାହା ଠିକ୍ ନୁହେଁ । ଏହା କଂଗ୍ରେସ ଓ ବିଜେପିର ଅଭିଯୋଗ ପରିହାସ । ଆମେ କାହାରି ଟିମ୍ ନୁହେଁ ଆମେ ଆମର ନିଜର ଟିମ୍ ।  ଜାତୀୟ ପ୍ରସଂଗକୁ  ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକଳାପ, ବ୍ୟକ୍ତିତ୍ୱକୁ ନେଇ ତାଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀ ମାନଙ୍କ ପାଇଁ ବହୁତ କିଛି କରିଛନ୍ତି । ସେ କେବଳ ଓଡ଼ିଶାର ନେତା ବର୍ତମାନ ଜାତୀୟ ସ୍ତରୀୟ ନେତା । ସେ ବହୁ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ପଟ୍ଟନାୟକ ଦେଶପାଇଁ ରୋଲ ମଡେ଼ଲ ହୋଇପାରିଛନ୍ତି । ବିଧାନସଭା ଏବଂ ପାର୍ଲ୍ୟାମେଂଟରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ନବୀନ ବାବୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନଘାଟିରେ ପହଂଚିବା ପରେ ସିଧାସଳଖ ନବୀନ ନିବାସ ନ ଯାଇ ହୋଟେଲକୁ ଯାଇଥିଲେ । ସନ୍ଧ୍ୟା ୬ଟା ୧୦ରେ ନବୀନ ନିବାସ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଓ ପିନାକୀ ମିଶ୍ର ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । 

Leave A Reply

Your email address will not be published.