ଗଜପତି ଜିଲ୍ଲ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗୁରୁବାର ସ୍ଥାନୀୟ ଜିଲ୍ଲା କୋର୍ଟ ସମ୍ମିଳନୀ , କକ୍ଷ , ପାରଳାଖେମୁଣ୍ଡି ଠାରେ ସୋସିଆଲ ମିଡିଆ ସୁରକ୍ଷା ଏବଂ ସାଇବର ଆଇନ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ଜିଲ୍ଲା ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ଯକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ପୌରାହିତରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅଶୋକ କୁମାର ପହି , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ , ଶ୍ରୀ ନରୋତ୍ତମ ସେଠୀ , ବରିଷ୍ଠ ଦେୱାନୀ ଅଧିକାରୀ , ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ରେଜିଷ୍ଟ୍ରାର , ସିଭିଲ କୋର୍ଟ , ଶ୍ରୀ ପ୍ରସନ କୁମାର ବେହେରା , ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଶ୍ରୀ ବିମଳ ରାଉଳ , ମହିଳା ଅଦାଲତ ବିଚାରପତି , ଶ୍ରୀମତି ରସ୍ମିତା ସାହୁ , ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ , ଶ୍ରୀମତି ବିଷ୍ଣୁପ୍ରିୟା ସାମନ୍ତରାୟ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶିବାଶିଷ ପାଣି ଇତ୍ୟାଦି ବିଚାର ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସଞ୍ଜୟ ପାଢୀ , Cyber expert ଯୋଗଦାନ କରି ସାଇବର ଆଇନ ଓ ସୋସିଆଲ ମିଡିଆ ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.