ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସିପିଆଇ (ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣା କର ଲିମା ଉପସ୍ଥିତ ହୋଇଥିଲେ।
ଉକ୍ତ ବୈଠକରେ ସମସ୍ତକଂ ଉପସ୍ଥିତ ରେ ସର୍ବସମତ୍ତି କ୍ରମେ ଟ୍ରାକଟର ମାଲିକ ସଂଘ ନାମ, (ଗ୍ରାମୀଣ ମୁକ୍ତି ଟ୍ରାକଟର ମାଲିକ ସଂଘ) ନାମରେ ନାମିତ କରାଗଲା। ଉକ୍ତ ମାଲିକ ସଂଘ ରେ ଗାଇ ଗାଇ ଦଳବେହେରା କୁ (ସଭାପତି). ଯୁବଲିସ ରଇତ (ଉପ ସଭାପତି), ମାରକସ ଦଳବେହେରା (ସମ୍ପାଦକ), ଯିବନ୍ତ ଦଳବେହେରା (ସହ ସମ୍ପାଦକ), ଗାଗାନା ଶବର ( କୋଷାଧ୍ୟକ୍ଷ), ସୁପ୍ରିଏମ କାର୍ଯୀ, ଯାକୁବ ରଇତ, ଅନାସିମ ଶବର, ଆନୁଆର ଶବର,ଅବିନାଶ ଶବର, ଶିଲିକା ଗମାଙ୍ଗ, ଲିବିୟ ଗମାଙ୍ଗ, ଆମନ ଗମାଙ୍ଗ, ଯିବିସିୟ ଭୂୟାଁ ସାନସି ଗମାଙ୍ଗ, ଜୁସନଡ୍ର ଶବର କୁଂ ନେଇ ଏକ କମିଟି ଗଠନ କରାଯାଇଛି।
ଉକ୍ତ ବୈଠକରେ ଟ୍ରାକ୍ଟଟର ମାଲିକ ମାନକଂ ବିଭିନ୍ନ ସମସ୍ୟା ଗୁଡିକ ନେଇ ତହସିଲ ଦାର ଓ ଉପ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l
Sign in
Sign in
Recover your password.
A password will be e-mailed to you.