ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୯/୨୪ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝୀ ଶିବିର କୁ ଉଦଘାଟନ କରିଥିଲେ। ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ସହ ଗାଁ ଠୁ ସହର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେପ୍ଟେମ୍ବର ୧୫ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ରେ ସ୍ୱଚ୍ଛ ଭାରତ ଦିବସ ରୂପେ ପାଳନ କରାଯାଉଛି। ଏହି କ୍ରମରେ ଆଜି ଏକ ସୁସ୍ଥ ଜୀବନ ଯାପନ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ତରଫରୁ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବଦ୍ରି ପ୍ରସାଦ ନାୟକ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ମହିଳା ସ୍ୱୟଂ ସହାୟକ ଦଳ ର ମହିଳା ସହ ବୟସ୍କ ମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା। ବିଶେଷ କରି ସମସ୍ତଙ୍କ ବି.ପି ଓ ସୁଗାର ପରୀକ୍ଷା କରାଯାଇ ଥିଲା। ୫୦ ଜଣ ମହିଳା ଓ ପୁରୁଷ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ ହୋଇଥିଲା। ଏହି ଅବସରରେ ଡକ୍ଟର ବଦ୍ରି ନାୟକ ସୁସ୍ଥ ଜୀବନ ଯାପନ ପାଇଁ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ସନ୍ତୁଳିତ ଆହାର ସେବନ କରିବାକୁ କହିଥିଲେ। ଏହି ଶିବିର ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ଦିଲୀପ କୁମାର ଗୁପ୍ତା, ଏ ଏନ୍ ଏମ ରଞ୍ଜିତା ବିଶୋଇ ସ୍ବାସ୍ଥ୍ୟକର୍ମୀ ସୁଶିଲ ମନୋଜ କର୍କରା ଓ ମହୋନ ନାୟକ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.