ଗଂଜେଇ ଚୋରା ଚାଲାଣ ମାମଲାରେ ୬ ଅଭିଯୁକ୍ତ ନିର୍ଦୋଷରେ ଖଲାସ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆବଶ୍ୟକ ସାକ୍ଷ ପ୍ରମାଣ ଅଭାବରୁ ଗଂଜେଇ ଚାରା ଚାଲାଣ ମାମଲାର ବିଚାର କରି ଗୁଣପୁର ଅତିରିକ୍ତ ଜିଲ୍ଲା ଦୈାରାଜର୍ଜ ଶେଖ ମହମ୍‍ମ୍‍ଦ କ୍ୱାଇସ ୬ ଜଣ ଅଭିଯୁକ୍ତଙ୍କ ୁନିର୍ଦୋଷରେ ଖୋଲାସ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟଯେ ଗତ ସେପଟମ୍ୱର ୨୪ ତାରିଖ ୨୦୨୨ ମସିହାରେ କୈାଣସି ସୁତ୍ରରୁ ଖବର ପାଇ ଗୁଡ଼ାରୀ ଥାନା ପୁଲିସ ଗୋଟିଏ ଆଟୋ ରିµାରେ ଚୋରା ଚାଲାଣ ହେଉଥିବା ବେଳେ ୮୭ କିଲୋ ୨୯୦ ଗ୍ରାମ ଗଂଜେଇକୁ ଜବତ କରିଥିଲେ । ଏଥିରେ ସଂପୃକ୍ତ ୬ ଜଣ ଅଭିଯୁକ୍ତ ଅଭିମୁନ୍ୟ ପାତିକା,କରନା ନିଶାଲ, ମୁକୁଦ ପାଡ଼ାଲି, ରହିଦାସ ଲିମା,ପିଟର ଲିମା,ହାଡ଼ପା ଶିବାଙ୍କୁ ତଦନ୍ତକାରୀ ଗୁମୁଡ଼ା ଫାଣ୍ଡି ଅଧିକାରୀ ରଂଜୀତ ତ୍ରିପାଠୀ ଗିରଫ କରି କୋର୍ଟରେ ହାଜର କରିଥିଲେ । ସ୍ଥାନୀୟ ଜିଲ୍ଲା ଦୈାରାଜର୍ଜ କୋର୍ଟରେ ମାମଲାର ବିଚାରଣ କରାଯାଇଥିବା ବେଳେ ପମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ମାନ୍ୟବାର ଅଦାଲତ ନିର୍ଦୋଷରେ ଖୋଲାସ କରି ଦେଇଛନ୍ତି । ମୁଦୁଲା ମାନଙ୍କ ପକ୍ଷରୁ ବରିଷ୍ଠ ଆଜିବୀ ଉମା ଚରଣ ପଟନାୟକ ଓ ବିଷ୍ଣ ପ୍ରସାଦ ପାଢୀ ମକଦ୍ଦମା ଲଢୁଥିଲେ ।

 

Leave A Reply

Your email address will not be published.