ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଲୋକନୃତ୍ୟ ମହତ୍ତ୍ଵ ଉପରେ କହୁଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଶୁଭ ସ୍ୱାଗତିକା ବିଶ୍ଵାଳ,ଶୁଭଶ୍ରୀ ପ୍ରଧାନ, ପ୍ରିୟଦର୍ଶିନୀ ବେହେରା, ଜ୍ୟୋତ୍ସ୍ନାରାଣୀ ରାୟ, ଶ୍ରେୟା ଶତପଥୀ,ସୋନାଲି ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ୧୧ ଟା ସମୟରେ ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲ୍ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଆଜି କୃତିତ୍ୱ ଅର୍ଜନ କରିଥିବା ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମ କୁ ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.