
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଛଅ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କର ଦୀର୍ଘଦିନ ଧରି ପାରିଶ୍ରମିକ ମିଳୁନାହିଁ।ତେଣୁ ସେମାନେ ତୃଣମୂଳ ସ୍ତରରେ ଛଅ ଗୋଟି କ୍ୟାଡ଼ର ଆଜିଠାରୁ କାର୍ଯ୍ୟବନ୍ଦ କରିଛନ୍ତି।ନୂଆଗାଁ ବ୍ଲକ୍ ସ୍ତରୀୟ ଗ୍ରାମ ପଞ୍ଚାୟତ ଲେବେଲ ଜି ପି ଏଲ୍ ଏଫ୍ ସଂଘ ସଭାନେତ୍ରୀ ଶୈଳ ସାହୁ ଏବଂ ସମ୍ପାଦିକା ଝୁନୁଲତା ନାୟକ ଙ୍କ କହିବା ଅନୁଯାୟୀ ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟ କରୁଥିବା ଛଅ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଦୀର୍ଘ ୧୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାର ଙ୍କ ସମସ୍ତ ଯୋଜନା ର ପ୍ରତ୍ୟେକ କାର୍ଯ୍ୟ ତୃଣମୂଳ ସ୍ତରରେ ରୂପାନ୍ତରିତ କରି ଆସୁଛନ୍ତି।କିନ୍ତୁ ପରିତାପର ବିଷୟ ଦୀର୍ଘଦିନ ଧରି ପାରିଶ୍ରମିକ ମିଳୁନାହିଁ।ଯାହାଫଳରେ ଜୀବନ ଜୀବିକା ପ୍ରଭାବିତ ହେଉଛି।ଏହି ସମସ୍ୟା ସମ୍ପର୍କରେ ଦୀର୍ଘ ୬ ମାସ ଧରି ଅଧିକାରୀ ,ବିଭାଗୀୟ ମନ୍ତ୍ରୀ ,ଉପ ମୁଖ୍ୟମନ୍ତ୍ରୀ ଅଭିଯୋଗ ପତ୍ର ଦାଖଲ କରିବା ସତ୍ତ୍ୱେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ତେଣୁ ତୃଣମୂଳ ସ୍ତରରୁ ଏମ ବି କେ,ସି ଆର୍ ପି ସି ଏମ,ବ୍ୟାଙ୍କ୍ ମିତ୍ର,କୃଷି ମିତ୍ର,ପ୍ରାଣୀ ମିତ୍ର ଏବଂ ଏଲ ଏସ ପି ଛଅ ଗୋଟି କ୍ୟାଡ଼ର ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆଜିଠାରୁ କାର୍ଯ୍ୟବନ୍ଦ କଲେ ବୋଲି ସଭାନେତ୍ରୀ ଓ ସମ୍ପାଦିକା କହିଛନ୍ତି।ଏନେଇ ଆଜି ଛଅ ଗୋଟି କ୍ୟାଡ଼ର ର ଦୁଇଶହ ରୁ ଉର୍ଦ୍ଧ୍ବ ମହିଳା ବ୍ଲକ୍ ପରିସରକୁ ଆସି ବିଡ଼ିଓ ଙ୍କୁ ଦାବି ପତ୍ର ଦେବା ସହ ଏହାର ଏକିକତା ନକଲ ବ୍ଲକ୍ ସଂଯୋଜିକା,ମିଶନ ଶକ୍ତି ସି ଡି ପି ଓ, ଜିଲ୍ଲାପାଳ,ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରିତ କରିଛନ୍ତି।ଆଗାମୀ ଦିନରେ ଏହାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ର ସଭାନେତ୍ରୀ ଶୈଳ ସାହୁ ଏବଂ ସମ୍ପାଦିକା ଝୁନୁବାଳା ନାୟକ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.