ବିଜେପି ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର,୨୭ ୟୁନିଟ ସଂଗୃହୀତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଡାବୁଗାଁ ବିଧାନ ସଭା ମଣ୍ଡଳୀ ଯୁବ ମୋର୍ଚ୍ଚା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ଡାବୁଗାଁ ବ୍ଲକ ସହ ପାପଡାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକ ର ବିଜେପି ଯୁବ ମୋର୍ଚ୍ଚା ର ଯୁବକ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରେ ୨୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଭାରତ ର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସରୁ ଆରମ୍ଭ ହୋଇଥିବା ସେବା ସପ୍ତାହ ରେ ଯୁବକ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ,ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସଞ୍ଜୀବ ବିଶୋଇ, ସୋମନାଥ ପୂଜାରୀ, ଲିଙ୍ଗରାଜ ଭତରା, ଡାବୁଗାଁ ମଣ୍ଡଳ ଯୁବ ସଭାପତି ୱାଈ ରାଜ ଶେଖର ଦୋରା,ବୋରିଗାଁ ମଣ୍ଡଳ ଯୁବ ସଭାପତି ମନବୋଧ ଭତରା, ଡଙ୍ଗରା ଯୁବ ସଭାପତି ଦିବାକର ଜାନି, ମଇଦଲ ପୁର ଯୁବ ସଭାପତି ନୀଳକଣ୍ଠ ମାଝୀ,ନରେଶ ସିଂ, ଶୁଭମ୍ ମିଶ୍ର, କକିନି ମୁନି ସହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.