ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଶିଂସାରି ଫାଣ୍ଡି ଅଧୀନ ଅଲାମାଗୁଡ଼ା ଗ୍ରାମ ର ଜଣେ ବ୍ୟବସାୟୀଙ୍କ ମୋବାଇଲ ଦୋକାନ ରୁ ଶଟର ଭାଙ୍ଗି ଚୋରି ଅଭିଯୋଗ ରେ ଆଜି ପୁଲିସ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଉମରକୋଟ ଥାନା ଅଞ୍ଚଳ ଅସାମଗୁଡା ର କର୍ଣ୍ଣ ଭତରା (୨୮), ଡାବୁଗାଁ ଥାନା ବିଜା ପୁର ଗ୍ରାମର ସନ୍ତୋଷ ଦାସ (୨୩) ଓ ଜାମୁଗୁଡ଼ା ଗ୍ରାମର ଭରତ ପନକା (୨୮) । ଏ ନେଇ ଡାବୁଗାଁ ଥାନାରେ କେସ ନ ୧୭୩/୨୪ ରେ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ତଦନ୍ତ ଶିଂସାରି ଫାଣ୍ଡି ଅଧିକାରୀ ଏ ଏସ ଆଇ ହରିହର ଭତରା କରୁଛନ୍ତି। ସୂଚନା ଅନୁଯାଇ ଗତ ୨୦ ତାରିଖ ଶୁକ୍ରବାର ବିଳମ୍ବିତ ରାତ୍ରରେ ଶିଂସାରି ଫାଣ୍ଡି ଅଧୀନ ଅଲମା ଗୁଡା ଗ୍ରାମ ରେ ଥିବା ଏକ ମୋବାଇଲ ଦୋକାନରୁ ଦୃର୍ବୁତ୍ତ ମାନେ ସଟ୍ର ଭାଙ୍ଗି ଦୋକାନ ମଧ୍ୟରୁ ୩ ଟି ଏଲ ସି ଡି ଟିଭି,୨ ଟି ମୋବାଇଲ, ସି ସି ଟିଭି ୧ ଟି,୫ ଟି ବ୍ଲୁ ଟୁଥ, କେବଲ୍ ଓ ନଗଦ ୨୧୦୦ ଟଙ୍କା ଚୋରି କରି ନେଇଥିଲେ। ଏ ନେଇ ୨୧ ତାରିଖ ସକାଳେ ଗ୍ରାମବାସୀ ନିକଟ କାରାଗାଁ ରେ ରହୁଥିବା ଦୋକାନ ମାଲିକ କ୍ରିଷ୍ଣା ମୁରାରି ସିଂ ଙ୍କୁ ତାଙ୍କ ଦୋକାନରେ ଚୋରି ହୋଇଥିବା ନେଇ ଖବର ଦେଇଥିଲେ। ଖବର ପାଇ ମୋବାଇଲ ଦୋକାନ ମାଲିକ ଶ୍ରୀ ସିଂ ଆସି ଦେଖିବା ବେଳକୁ ଦୋକାନ ରେ ସଟର ଭାଙ୍ଗି ଚୋରି ହୋଇଥିବା ଦେଖିଥିଲେ। ଏ ନେଇ ସେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ କେସ ନ ୧୭୩/୨୪ ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ସନ୍ଦେହ ରେ ଡାବୁଗାଁ ପୁଲିସ ଉମରକୋଟ ଓ ଡାବୁଗାଁ ଥାନା ଅଂଚଳର ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ । ପୁଲିସ ଅଭିଯୁକ୍ତ ଙ୍କ ନିକଟରୁ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଆଜି କୋର୍ଟ ଚାଲାଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.