ଭଞ୍ଜନଗର ଡିହପଢାଳ ଗ୍ରାମରେ ସେବାପକ୍ଷ ଦୀବସ ପାଳିତ।

0


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ତତ୍ବାବଧାନରେ ଆଜି ଡିହପଢାଳ ଗ୍ରାମରେ ” ସେବାପକ୍ଷ ଦୀବସ” ପାଳନ ହୋଇଛି।
ଆଜି ସେପ୍ଟେମ୍ବର ୨୫ ତାରିଖ ବୁଧବାର ୨୦୨୪ ଦିନ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡିହପଢାଳ ଗ୍ରାମରେ ସେବାପକ୍ଷ ଦୀବସ ପାଳିତ ହୋଇଛି। ଭାରତର ପ୍ରୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ ନିର୍ଦେଶ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ପାଳିତ ହେଉଅଛି ଏହି ସେବାପକ୍ଷ ଦୀବସ । ଆଜିର ଏହି ଦୀବସ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆୟୋଜିତ ହୋଇଥିବା ସ୍ଵାସ୍ଥ୍ୟ ଶିବିର ର ଶୁଭାରମ୍ଭ କରିଥିଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ। ଏହାସହିତ ଆଜି ହେଉଛି, ଏକାତ୍ମ ମାନବ ବାଦର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ। କାରଣ ପଣ୍ଡିତ ଦୀନଦୟାଲ ଜୀ ଆଜିର ଦୀନ ୨୫ ସେପ୍ଟେମ୍ବର ୧୯୧୬ ମସିହାରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ମହାନ୍ ସଂଗଠକ ହୋଇଥିଲେ। ଏବଂ ଶେଷରେ ନିଜର ଦକ୍ଷତା ଓ ନିଷ୍ଠା ଦ୍ଵାରା ସେ ଭାରତୀୟ ଜନ ସଂଗଠନର ସଭାପତି ହୋଇପାରିଥିଲେ।
ସେଥିନିମିତ୍ତ ଆଜିର ଏହି ସେବାପକ୍ଷ ଦୀବସ ପାଳନ ଅବସରରେ ମାନ୍ୟବର ବିଧାୟକ ପ୍ରଥମେ ପଣ୍ଡିତ ଦୀନଦୟାଲ ଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିବା ସହିତ ସେ ମହାନ୍ ପୁରୁଷ ଙ୍କ ଅଭୁଲା ଜିବନ ର ସ୍ମୃତି କୁ ସମସ୍ତ ଙ୍କ ଆଗରେ ଉପସ୍ଥାପନ କରିଥିଲେ। ଏଥିରେ ଘୁମୁସର ଜିଲ୍ଲା ସଂଗଠନ ସମ୍ପାଦକ ଶ୍ରୀ ନିଳମାଧବ ପାତ୍ର, ସେବାପକ୍ଷ ର ଜିଲ୍ଲା ସଦସ୍ୟ ଶ୍ରୀ ରବିନ୍ଦ୍ର କୁମାର ଗୈ।ଡ଼, ପଛୁଆବର୍ଗ ଜାତିର ସାଧାରଣ ସଂପାଦକ ଶ୍ରୀ ମାନସ କୁମାର ଜେନା, ନିର୍ବାଚନ ମଣ୍ଡଳୀ ର ସେବାପକ୍ଷ ସଭ୍ୟ ଶ୍ରୀ କୁବେର ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ କୁନି ବିଷୋୟୀ ଯୋଗଦାନ କରିଥିଲେ। ଉକ୍ତ ଦିବସରେ ଆୟୋଜିତ ସ୍ଵାସ୍ଥ୍ୟ ଶିବିର ରେ ଡଃ ସିମାଞ୍ଚଳ ଡାକୁଆ, ଅନ୍ୟ ଡାକ୍ତର, ବିଚିତ୍ର କୁମାର ପାଣିଗ୍ରାହୀ ଙ୍କ ସହିତ ମେଡିକାଲ ର ଅନ୍ୟ କିଛି ସେବା କର୍ମଚାରୀ ସହଯୋଗ କରିଥିଲେ। ଏଥିରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଅନେକ ଜନସାଧାରଣ ନିଜ ନିଜର ସ୍ଵାସ୍ଥ୍ୟ ପରିକ୍ଷା କରାଇଥିଲେ। ଶେଷରେ ମାନ୍ୟବର ବିଧାୟକ ଓ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା।

Leave A Reply

Your email address will not be published.