ଜିଲ୍ଲାସ୍ତରୀୟ ୨ ଦିନିଆ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୪-୨୫

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) ଖେଳ ପଡିଆ ଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟର ଆୟୋଜକରେ ଗଜପତି ଜିଲ୍ଲାସ୍ତରୀୟ ୨ ଦିନିଆ ସମୂହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।
ଏହି କ୍ରୀଡା ପ୍ରତିଯୋଗିତାରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏବଂ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ମିଳିତ ଭାବେ ଉଦଘାଟନ କରିଥିଲେ।
ଏହି ଅବସରରେ ଉପସ୍ଥିତ କ୍ରୀଡା ପ୍ରତିଯୋଗୀ ମାନଙ୍କୁ ପାଠ ପଢ଼ିବା ସହ ଖେଳ ଦିଗରେ ମଧ୍ୟ ଆଗକୁ ବଢ଼ିବାକୁ କହି ନିଷ୍ଠାର ସହ ଶୃଙ୍ଖଳିତ ଭାବେ ଯେ କୌଣସି ପ୍ରତି ଅଭ୍ୟାସ ଜାରୀ ରଖିଲେ ସେ ନିଶ୍ଚିତ ଭାବେ ସଫଳ ହୋଇପାରିବ।
ତେଣୁ ଖେଲୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଏବଂ ଭଲ ପାଠ ଓ ଖେଳରେ ଆଗେଇ ଜିଲ୍ଲା , ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭାରାପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ବେହେରା ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଆଇପିଇ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ଉତ୍ତୋରତ୍ତର କାମନା କରି ବିଭିନ୍ନ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଗଜପତି ଜିଲ୍ଲାର କ୍ରୀଡା ପ୍ରତିଯୋଗୀ ମାନେ ଅତୀତରେ କିଭଳି ଜିଲ୍ଲା ପାଇଁ ସଫଳତା ଓ ଗୌରବ ଆଣିଛନ୍ତି , ସେ ସମ୍ପର୍କରେ କହିଥିଲେ।
ଏହି କାର୍ଯକ୍ରମରେ ଏବିଓ ଶ୍ରୀ ଏସ୍. ପାପାରାଓ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ରବି କୁମାର ଏବଂ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ସାହୁକାରଙ୍କ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ମଞ୍ଚାସୀନ ଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଦାଶରଥି ଗମାଙ୍ଗ ଜିଲ୍ଲାସ୍ତରୀୟ କ୍ରୀଡା ଶୁଭାରମ୍ଭ ର ଘୋଷଣା କରିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ।
ପରେ ଉପସ୍ଥିତ କ୍ରୀଡା ପ୍ରତିଯୋଗୀ ଓ କ୍ରୀଡା ଶିକ୍ଷକ ମାନଙ୍କ ମଧ୍ୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କ୍ରୀଡା ପ୍ରତିଯୋଗିତା ମଧ୍ୟରେ ଖୋ-ଖୋ , କବାଡି , ଭଲିବଲ୍ , ସତରଞ୍ଜ , କୁସ୍ତି , ବ୍ୟାଡମିଣ୍ଟନ , ତୀରନ୍ଦାଜ , ଯୋଗାସନ ଏବଂ ଦୌଡକୁଡ ପ୍ରଭୃତି ପ୍ରତିଯୋଗିତା ୨ ଟି ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଛି।
ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୭ଟି ବ୍ଲକର ୭ଟି ଜୋନରୁ ୫୫୦ ରୁ ଅଧିକ ପ୍ରତିଯୋଗୀ ୧୬ ଗୋଟି ଇଭେଣ୍ଟସ ରେ ଅଂଶଗ୍ରହଣ କରୁଛନ୍ତି।
ଆଇପିଇ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଦ୍ୟାଳୟର ୫୦ ରୁ ଅଧିକ କ୍ରୀଡା ଶିକ୍ଷକ ମାନେ ଯୋଗଦେଇ ସମସ୍ତ କ୍ରୀଡା ପ୍ରତିଯୋଗିତା ସୁଚାରୁରୂପେ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.