ଗୁଣପୁର-ସାକ୍ଷୀ କେହି ନ ଆସିବାରୁ ବହୁ ଚର୍ଚ୍ଚିତ ଗୁଣପୁର ‘ଆଶା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ଓ ସୁପାରିକିଲର ରାଜେଶ ହତ୍ଯାକାଣ୍ଡ ଘଟଣାରେ ବିଚାର ହୋଇପାରିଲା ନାହିଁ। ଏହି ଘଟଣାରେ ହାଇକୋର୍ଟ ଆଉ ଜଣେ ମୁଖ୍ଯ ଅଭିଯୁକ୍ତ କୁହା ଯାଉଥିବା ମୁନା ଲିମାକୁ ଗତ ମାସ ୨୯ ତାରିଖରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଏଥି ପୁର୍ବରୁ ଏହି ଘଟଣାରେ ୩ଜଣ ଜାମିନ ପାଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଗିରଫ ୯ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କର ଜାମିନ ହୋଇଥିବା ବେଳେ ଆଉ ୫ଜଣ ଜେଲ୍ ରେ ଅଛନ୍ତି।
ଘଟଣା ର ବର୍ଷେ ପୁରିବା ପରେ ଚାର୍ଜପ୍ରେମ୍ ହୋଇ ମେ ମାସରେ ବିଚାରଣା ଆରମ୍ଭ ହୋଇଛି। ଇତି ମଧ୍ୟରେ ଏହି ଘଟଣାରେ ପୋଲିସ ଚାର୍ଜସିଟ ମଧ୍ୟ ଦାଖଲ କରି ସାରିଛି। ଅନ୍ଯପକ୍ଷେ ଏହି ଘଟଣାର ସୁପାରୀ କିଲର ଦର୍ଶା ଯାଇଥିବା ଭି. ରାଜେଶକୁ ହତ୍ୟା କରିବା ଘଟଣାର ଅଭିଯୋଗ କାରିଣୀ ରାଜେଶର ମା ଭି.ଲକ୍ଷ୍ମୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏକ ଜମିଜମା ବିବାଦକୁ କେନ୍ଦ୍ରକରି ମୃତ ଗୌରୀ ମିଶ୍ର ଓ ଅଭିଯୁକ୍ତ ଆର୍. କ୍ରିଷ୍ଣାଙ୍କ ମଧ୍ୟରେ ବିବାଦରୁ ଏହି ହତ୍ଯାକାଣ୍ଡ ର ସୁତ୍ରପାତ ହୋଇଥିବା ପୋଲିସ୍ ସେତେବେଳେ କହିଥିଲା । ଗୌରୀଙ୍କ ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ୩୦ ଲକ୍ଷ ଟଙ୍କାର କ୍ରିଷ୍ଣା ଡିଲ୍ କରିଥିବା ମଧ୍ୟ ପୋଲିସ କହିଥିଲା । ଏହାପରେ ଗତବର୍ଷ ମେ’ ୧୩ ତାରିଖ ରାତି ସାଢେ ୯ଟାରେ ବଂଶଧାରା ସେତୁ ଉପରେ ଗୌରୀ ମିଶ୍ର କିଛି ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଭି. ରାଜେଶ, ମୁନା ଲିମା ଓ କାହ୍ନା ପ୍ରଧାନ ଏକ ବାଇକ୍ରେ ସେଠାରେ ପହଞ୍ଚିବା ପରେ ଡିଲ୍ ମୁତାବକ ରାଜେଶ ବନ୍ଧୁକ ବାହାର କରି ଗୌରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇ ଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତ ମାନେ ସହରରୁ ଫେରାର ହୋଇ ଯାଇଥିଲେ। ଘଟଣାର ଦେଢମାସ ଯାଏଁ ଏହି ଅପରାଧି ମାନେ ପୋଲିସକୁ ଚଖମା ଦେଇ ଧରା ଦେଇ ନଥିଲେ। ପରେ ସୁପାରୀ ଟଙ୍କାକୁ କେନ୍ଦ୍ରକରି କ୍ରିଷ୍ଣା ଓ ରାଜେଶଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ଡିଲ୍ ଟଙ୍କା ସମ୍ପର୍କରେ କଥା ହେବା ପାଇଁ ମେ’ ୧୯ ତାରିଖରେ ସୁପାରି କିଲର ଭି. ରାଜେଶଙ୍କୁ ବିଶାଖାପାଟଣା ଡକାଇ ଆନନ୍ଦପୁର ଗାଁ ନିକଟରେ ପ୍ରଚୁର ମଦ ପିଆଇବା ପରେ ହତ୍ୟା କରି ଏମାନେ ଜଙ୍ଗଲରେ ପୋତି ଦେଇଥିଲେ। ରାଜେଶ ଠାରୁ ଗୌରୀ ହତ୍ଯା ଘଟଣା ସମ୍ପର୍କରେ ସୁରାକ ପାଇଥିବା ମା ଲକ୍ଷ୍ମୀ ପରେ ପୁଅସହ ଯୋଗାଯୋଗ ନହେବାରୁ ଗୁଣପୁର ଥାନାକୁ ଯାଇ କ୍ରିଷ୍ଣା ଓ ଗୋବିନ୍ଦାଙ୍କ ବିରୋଧରେ ଏତଲା ଦେଇଥିଲେ । ଏହି ଏତଲା ପରେ ପୋଲିସ ଅଧିକ ଅନୁସନ୍ଧାନ କରି ସମସ୍ତ ଘଟଣା ର ପରଦାଫାସ୍ କରିଥିଲା। ତେବେ ଅଭିଯୁକ୍ତ ମାନେ ପୋଲିସ ହାତରେ ଧରା ପଡିବା ପୁର୍ବରୁ ସୁପାରି କିଲର ରେଜେଶ ଆର ପାରିକୁ ଚାଲିଯାଇ ଥିବା ବେଳେ ବିଚାରଣା ଆରମ୍ଭ ପୁର୍ବରୁ ମୁଖ୍ଯ ଅଭିଯୋଗ କାରିଣୀ ରାଜେଶ ର ମା ଲକ୍ଷ୍ମୀ ଆର ପାରିକୁ ଚାଲିଯାଇ ଥିଲା।
Sign in
Sign in
Recover your password.
A password will be e-mailed to you.