ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି (ଶୁକ୍ରବାର) ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ପ୍ରତ୍ୟେକ ତତ୍ତ୍ବାବଧାନ ରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼.ଗୁଣନିଧି ନାୟକ , ଉପଜିଲାପାଳ ଶ୍ରୀ ଅନୁପ ପଣ୍ଡା ଓ ସମସ୍ତ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ଅଫିସ ଗୁଡିକୁ ଝାଡୁ କରିବା ସହ ସଫା କରିଥିଲେ।
ଏହି ଅବସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ସମେତ ଶ୍ରୀ ଶସାଙ୍କ ଶେଖର ଶତପଥୀ , ପ୍ରସାଦ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ଓ ମୁନିସିପାଲିଟି ର ସ୍ଵଚ୍ଛ ସାଥୀ , ସଫେଇ କର୍ମଚାରୀ ସହଯୋଗ କରିଥିଲେ।
ଜିଲ୍ଲାପାଳ କର୍ମଚାରୀ ମାନଙ୍କ ନିଜ କାର୍ଯ୍ୟାଳୟ ପରିବେଶ ସ୍ଵଚ୍ଛ ଓ ନିର୍ମଳ ରହିବା ପାଇଁ ସଦାସର୍ବଦା ତତ୍ପର ରହିବା ସହିତ ଅନ୍ୟମାନଙ୍କୁ ଭି ପ୍ରେରଣା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଓ ଏ ଦିଗରେ ସମସ୍ତଙ୍କ ସହୋଯାଗ ନିଜ ନିଜ କାର୍ଯ୍ୟାଳୟ ପରିସ୍କାର କରିବା ପାଇଁ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.