ଜନ୍ମଦିନରେ ଅଙ୍ଗଦାନ ପାଇଁ ପଞ୍ଜୀକରଣ କଲେ ‘ସହଯୋଗ’ ସମ୍ପାଦକ ତାପସ ।

0

ଭିନ୍ନକ୍ଷମ ଛାତ୍ର ଙ୍କୁ ଉପହାର ଦେଇ ପାଳିଲେ ଜନ୍ମଦିନ

ପଦ୍ମପୁର :- ସହରର ସମାଜ ସେବା କ୍ଷେତ୍ରରେ ଅନେକ ସମୟରେ ଚର୍ଚ୍ଚା ରେ ରହୁଥିବା ଅଗ୍ରଣୀ ଅନୁଷ୍ଠାନ “ସହଯୋଗ” ର ସମ୍ପାଦକ ଶ୍ରୀ ତାପସ କୁମାର ନାୟକ ଆଜି ନିଜ ଜନ୍ମ ଦିନରେ ନିଜ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଛନ୍ତି। ସେ ନିଜ ଶରୀର ର ଆଖି, କିଡ଼ନୀ, ହାର୍ଟ ଓ ହାର୍ଟ ଭଲ୍ଭ ପ୍ରଭୃତି ଦାନ କରିବା ନେଇ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଅନୁଷ୍ଠାନ ର ସଭାପତି ମୌସମ ପାଗୋଡ଼ା ମଧ୍ୟ ତାଙ୍କ ଜନ୍ମ ଦିନରେ ଅଙ୍ଗଦାନ କରିବା ପାଇଁ ପଞ୍ଜୀକରଣ କରିଥିଲେ।ଭାରୁଆ ମୁଣ୍ଡା ର ଭିନ୍ନକ୍ଷମ ଛାତ୍ର ଜଗନ୍ନାଥ ତାଣ୍ଡି ମଣ୍ଡାସିଲ୍ କଲେଜ ରେ ପାଠ ପଢୁଛନ୍ତି କିନ୍ତୁ ଅର୍ଥ ସାଜିଛି ବାଧକ। ବାପା କ୍ଷୀରୋଦ ତାଣ୍ଡି ଦିନ ମଜୁରିଆ ସାଙ୍ଗକୁ ମା ଜେମା ତାଣ୍ଡି ଗୃହିଣୀ। ଖବର ପାଇ ଆଜି ଶ୍ରୀ ନାୟକ ଭରୁଆମୁଣ୍ଡା ଯାଇ ପାଠ ପଢା ପାଇଁ ଆବଶ୍ୟକ ବହି ପତ୍ର ଯୋଗାଇଦେବା ସହ ଆଗାମୀ ଦିନରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Leave A Reply

Your email address will not be published.