
ନବରଙ୍ଗପୁର ତା ୨୦.୯.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ ଆଜି ସ୍ଥାନୀୟ ନୂତନ ମଣ୍ଡେଇ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଓଡ଼ିଶା ସରକାର ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିକାଶ ମେଳା କୁ ଉଦ୍ଘାଟନ କରିଥିଲେ।ଏହି ବିକାଶ ମେଳା ଉଦ୍ଘାଟନ ଉତ୍ସବ ରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଶ୍ରୀ ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ନବରଙ୍ଗପୁର ଓ ଶ୍ରୀ ନରସିଂହ ଭତ୍ରା ମାନ୍ୟବର ବିଧାୟକ, ଝରି ଗାଁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ମଞ୍ଚରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ ପରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାଜ୍ୟ ସଂଗୀତ” ବନ୍ଦେ ଉତ୍କଳ ଜନନୀ “ଗାନ କରାଯାଇଥିଲା।ସଭାକାର୍ଯ୍ୟ ପୂର୍ବରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।ଜିଲ୍ଲାପାଳ ଡ଼ା ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିବା ସହ ଜିଳ୍ଲାର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରି ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ସମ୍ୟକ୍ ଧାରଣା ଦେଇ ଥିଲେ। ସମ୍ମାନୀତ ଅତିଥି ଶ୍ରୀ ଗୌରୀ ଶଙ୍କର ମାଝୀ ଏବଂ ଶ୍ରୀ ନରସିଂହ ଭତ୍ରା ନିଜ ବକ୍ତବ୍ୟ ରେ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳା ରେ ସମସ୍ତଙ୍କ ସଂପୃକ୍ତିକୁ ଉତ୍ସାହିତ କରି ସୁଭଦ୍ରା ଯୋଜନା,ଶ୍ରୀ ମନ୍ଦିର କର୍ପସ୍ ଫଣ୍ଡ , ଭାରତମାଳା ପ୍ରକଳ୍ପ, ସି ଏମ କିସାନ ,ସମୃଦ୍ଧ କୃଷକ ଯୋଜନା ଉପରେ କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଏକ ଐତିହାସିକ ପଦକ୍ଷେପ ରୂପେ ବର୍ଣ୍ଣିତ କରି ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଓଡ଼ିଆ ଅସ୍ମିତା,ଜନଜାତି ବିକାଶ,ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ରେଳ ଭିତ୍ତିଭୂମୀ, କୃଷକ ଉନ୍ନତି, ଉଚ୍ଚ ଶିକ୍ଷା ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଜିଲ୍ଲା ର ବିକାଶ ରେ ସାମିଲ ହୋଇ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କୁ ସ୍ଵାଗତ କରିବା ପାଇଁ ଆହ୍ବାନ କରିଥିଲେ।
ବିକାଶ ମେଳାରେ ଓରମାସ ସହ ବିଭିନ୍ନ ବିଭାଗୀୟ ୪୧ ଟି ଷ୍ଟଲ କୁ ମୁଖ୍ୟ ଅତିଥି ପରିଦର୍ଶନ କରିଥିଲେ। ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସରକାରଙ୍କ ପ୍ରଣୀତ ପ୍ରମୁଖ ଯୋଜନା ପର୍ଯ୍ୟବେସିତ ଦୃଶ୍ୟ ସ୍ରାବ ଚିତ୍ର ଏଲ ଇ ଡି ସ୍କ୍ରିନ୍ ରେ ପ୍ରଦର୍ଶନ ସହ ଓଡ଼ିଆ ଅସ୍ମିତା ସଙ୍ଗୀତ ପରିବେଷଣ ହୋଇଥିଲା।ସ୍ୱଚ୍ଛତା ହିଁ ସେବା ଅବସରରେ ମୁଖ୍ୟ ଅତିଥି ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ।ସେଭଳି ମଞ୍ଚରେ ବିଭିନ୍ନ ବ୍ଲକ ରୁ ଆସିଥିବା ଶୁଭଦ୍ରା ଯୋଜନା,ସାମାଜିକ ସୁରକ୍ଷା ଯୋଜନା,ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,କ୍ଷୁଦ୍ର ଯୁବ ଉଦ୍ୟୋଗୀ,ଜଙ୍ଗଲ ଜମି ପଟ୍ଟା ହିତାଧିକାରୀଙ୍କୁ ଚେକ୍, ଉପକରଣ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଜିଲ୍ଲା ସଂସ୍କୃତି ପରିଷଦ ,ନବରଙ୍ଗପୁର ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗୀୟ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ,ସି ଡି ଓ,ଜିଲ୍ଲା ପରିଷଦ, ଉପ ଜିଲ୍ଲାପାଳ, ପି ଏ, ଆଇ ଟି ଡି ଏ, ଆର୍ ଟି ଓ, ଏସ ଇ,ଆର୍ ଡବ୍ଲ୍ୟୁ ଏସ ଏସ, ସି ଡି ଏମ ଓ, ଇ ଓ, ମ୍ୟୁନିସିପାଲଟି , ଅଗ୍ନିଶମ ଅଧିକାରୀ, ସି ଏସ୍ ଓ, ଇ ଇ, ଆର୍ ଏଣ୍ଡ ବି, ଏସ ଡି ଓ,ବି ଏସ ଏନ୍ ଏଲ, ଡି ଆଇ ପି ଆର୍ ଓ, ଡି ସି ଓ, ଓରମାସ ଅଧିକାରୀ,ବି ଡି ଓ ନବରଙ୍ଗପୁର, ନନ୍ଦାହାଣ୍ଡି ,ତେନ୍ତୁଳିଖୁଣ୍ଟି ପ୍ରମୁଖ ଙ୍କ ସହଯୋଗରେ ଏହି ବିକାଶ ମେଳା ଆୟୋଜନ ହୋଇଥିଲା। ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ଦେବଦାସ ମହାକୁଡ ଓ ଚନ୍ଦନା ମଲ୍ଲିକ।ସଭାରେ ନବରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଶ୍ରୀ କୁନୁ ନାଏକ ଙ୍କ ସମେତ ସହରର ବୁଦ୍ଧିଜୀବୀ,ଜିଲ୍ଲାପରିଷଦ ଓ ପଞ୍ଚାୟତ ସମିତି ସଭ୍ୟ,ସରପଞ୍ଚ,ଅଙ୍ଗନବାଡ଼ି କର୍ମୀ, ହିତାଧୀକାରୀ, ପଂଚାୟତରାଜ ପ୍ରତିନିଧି, ଏସ ଏଚ ଜି ସଭ୍ୟା,ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post