ରକ୍ତ ଶିକୁଳା ଚିହ୍ନଟ ନିମନ୍ତେ ସ୍ୱତନ୍ତ୍ର ଶିବିର :ଆଦିମ ଅଧିବାସୀ ଲାଞ୍ଜିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ।

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଠାରେ ଆଦିମ ଅଧିବାସୀ ଲାଞ୍ଜିଆଙ୍କ ରକ୍ତ ଶିକୁଳା ପରୀକ୍ଷା ଓ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଏକ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରାୟଗଡ଼ଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱବୋଧନରେ ଅନୁଷ୍ଠିତ ଚିକିତ୍ସା ଶିବିରରେ ୩୬ଜଣଙ୍କୁ ଚିକିତ୍ସା କରି ରକ୍ତ ପରୀକ୍ଷା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେମାନଙ୍କ ରକ୍ତ ପରୀକ୍ଷା ପରେ ରକ୍ତ ଶିକୁଳା ରୋଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଅନୁଯାୟୀ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ ପୂର୍ବକ ଭତ୍ତା ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ଜଣେ ଦିବ୍ୟଙ୍ଗଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ ଉଦଘାଟନ କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର, ପୁଟାସିଂ ସରପଞ୍ଚ, ଟଲନା ସରପଞ୍ଚ, ଶଗଡା ସରପଞ୍ଚ ଅତିଥି ଭାବେ ଯୋଗ ଦେଇଥିଲେ । ଡାକ୍ତର ମମତା ଶତପଥୀ, ଡାକ୍ତର ସଂଜ୍ଞା ଦାସ, ଡାକ୍ତର ଜଗନ୍ନାଥ ନାୟକ, ଡାକ୍ତର ସୀମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ୩୬ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଗୁଣପୁର ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଓ ବିଭିନ୍ନ ଲୋକ ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

 

Leave A Reply

Your email address will not be published.