ଭଞ୍ଜନଗର “ଗୀତା ଭବନ” ଠାରେ ଭାଗବତ ଜନ୍ମୋତ୍ସବ ପାଳନ

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମୁଖ୍ୟ ସନାତନି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭଜନ କୀର୍ତ୍ତନ ଜଣାଣ ର କେନ୍ଦ୍ର “ଗୀତା ଭବନ” ଠାରେ ଆଜି ପବିତ୍ର ଭାଗବତ ଜନ୍ମୋତ୍ସବ ସହିତ ଇନ୍ଦୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଛି। ଏହି ଉତ୍ସବ ଗୀତା ଭବନ ର ସଦସ୍ୟ ମାନଙ୍କ ଦ୍ଵାରା ମହାଆଡମ୍ବର ସହକାରେ ପାଳିତ ହୋଇଛି।

ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ପୁର୍ଣିମା ତିଥି ଅର୍ଥାତ୍ ସେପ୍ଟେମ୍ବର ମାସ ୧୮ ତାରିଖ ବୁଧବାର ୨୦୨୪ ତଥା ପବିତ୍ର ଭାଗବତ ଜନ୍ମ। ସନାତନ ହିନ୍ଦୁ ପୈ।ଉରାଣିକ କଥାନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତ ଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ୍ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି “ଶ୍ରୀମଦ୍ଭାଗବଦ୍”। ଆଜି ସେଇ ମହାନ୍ ପବିତ୍ର ଗ୍ରନ୍ଥର ଜନ୍ମଦିନ। ଆଜିର ଦିନ ଓଡ଼ିଆ ପୁରପଲ୍ଲୀରେ ଏହା ଭାଗବତ ଜନ୍ମ ଭାବେ ବେଶ୍ ପ୍ରସିଦ୍ଧ। ସେଥିପାଇଁ ଆମ୍ଭେମାନେ ପ୍ରତ୍ୟହ ଓଡିଆ ଭାଗବତ ପଢିବାରେ ବ୍ରତୀହେବା ଦରକାର। ସେହି ଉଦେଶ୍ୟ ରେ ଆଜି ସକାଳେ ୬ ଘଣ୍ଟା ସମୟରେ ଭଞ୍ଜନଗର ଗୀତା ଭବନରେ ପୂଜା ପାଉଥିବା କଳା ମୁଗୁନି ପଥରରେ ନିର୍ମିତ ପ୍ରଭୁ ଶ୍ରୀରଥାରୁଢ ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରତିମୂର୍ତ୍ତି କୁ ବିଭିନ୍ନ ସୁଗନ୍ଧିତ ପଦାର୍ଥ ମିଶ୍ରିତ ଜଳରେ ସ୍ନାନ କରାଯିବା ସହ ବିଭିନ୍ନ ବର୍ଣ୍ଣର ପୁଷ୍ପ ତୁଳସୀ ପତ୍ର ଚନ୍ଦନ କସ୍ତୁରୀ କର୍ପୁର ଲେପନ କରାଯିବା ସହିତ ବାଳଧୁପ ଅନୁଷ୍ଠିତ ହୋଇଥିଲା। ତତ୍ ପରେ ଗିତା ଭବନ ସଦସ୍ୟ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବଦ୍ ପାଠ କରାଯିବା ସଂଗେସଂଗେ ଭଜନ ଜଣାଣ ପ୍ରଭୃତି କାର୍ଯ୍ୟକ୍ରମ ଯଥା ରିତି ନିତି ସହିତ ସମାପନ ହୋଇଥିଲା। ମଧ୍ୟାହ୍ନ ସମୟରେ ଅନ୍ନ ପ୍ରସାଦ ଭୋଗହୋଇ ସମସ୍ତ ଭକ୍ତମାନେ ପ୍ରସାଦ ଗ୍ରହଣ କରିଥିଲେ। ଏବଂ ଭଞ୍ଜନଗର ସହରର ଏକମାତ୍ର ବହୁ ପୁରାତନ ଧାର୍ମିକ ଅନୁଷ୍ଠାନ ଗିତା ଭବନ ର ଉନ୍ନତି ଓ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ରୁପେ ଶ୍ରୀଯୁକ୍ତ ବଳରାମ ସ୍ଵାଇଁ, ଉପସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାମାନୁଜ ପାତ୍ର ଓ ଗୀତା ଭବନ କମିଟି ର ଉପଦେଷ୍ଟା ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା ଙ୍କ ସହିତ ସମସ୍ତ ବରିଷ୍ଟ ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ମୁନି, ଶ୍ରୀ ବିଭୁତି ଭୁଷଣ ଜେନା, ଶ୍ରୀ ପର୍ଶୁରାମ ସ୍ଵାଇଁ, ଶ୍ରୀ ଚନ୍ଦ୍ରମଣି ବେହେରା, ଶ୍ରୀ ପଞ୍ଚାନନ ବେହେରା, ଶ୍ରୀ ସୁଧିର କୁମାର ନାୟକ, ଶ୍ରୀ ଅଭୟ ଚନ୍ଦ୍ର ତ୍ରିପାଠୀ, ଶ୍ରୀ ବାବୁରାଓ ସ୍ଵାଇଁ, ଶ୍ରୀ ଚନ୍ଦ୍ରମଣି ଜେନା ଯୋଗଦାନ କରିଥିଲେ। ଏହାସହିତ ଗୀତା ଭବନ କମିଟି ର ବରିଷ୍ଟ ସଦସ୍ୟ ମାନେ ଯୋଗଦାନ କରି ଆଗାମୀ ଦିନରେ ଭଞ୍ଜନଗର ଗୀତା ଭବନ ର ଉନ୍ନତି ଓ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଯୋଜନା ର ରୁପରେଖ ବିଷୟରେ ମତବ୍ୟକ୍ତ କରିଥିଲେ।
ଶେଷରେ କହିବାକୁ ଗଲେ ଓଡିଆ ଭାଗବତ ର ଜନ୍ମ ଓ ମନୁଷ୍ୟ ସମାଜ ପାଇଁ ଏହା କେତେଯେ ଉପକାରୀ ତାହା ଅବର୍ଣ୍ଣନୀୟ। ଶ୍ରୀମଦ୍ ଭାଗବତ ଭଗବାନ୍ ଙ୍କ ମୂଖ ନିସୃତବାଣୀ ଭାବରେ ସର୍ବଜନ ସ୍ଵୀକୃତ । ଭାଗବତ ପାଠ କଲେ ମନୁଷ୍ୟ ଜୀବନ ର ସମସ୍ତ ପାପ ତାପ ଦୂର ହୋଇଥାଏ। ଏଥିରେ ଭଗବାନ୍ ଙ୍କ ଲୀଳା, ରୂପ, ଧାମ ଓ ମହାତ୍ମିୟ ଆଦିର ବର୍ଣ୍ଣନା ରହିଛି। ଭାଗବତ ମହାପୁରାଣରେ ମନୁଷ୍ୟର ଜନ୍ମମୃତ୍ୟୁ କଥା କୁହାଯାଇଛି। ଜନ୍ମମୃତ୍ୟୁ ଚକ୍ର ରୁ ମୁକ୍ତି ପାଇବାକୁ ନିର୍ବାଣ ମୋକ୍ଷ ବା ସ୍ଵର୍ଗ ପ୍ରାପ୍ତି କୁହାଯାଏ। ଏହି ମହାପୁରାଣ ରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ଯେ, ଚଉରାଶି ଲକ୍ଷ ଯୋନି ଜନ୍ମ ଅତିକ୍ରାନ୍ତ କରିବା ପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ। ସେଥିପାଇଁ କୁହାଯାଇଛି ଯେ, ” ଅନେକ ଜନ୍ମ ତପଵଳେ, ମନୁଷ୍ୟ ଜନ୍ମ ମହୀତଳେ।

Leave A Reply

Your email address will not be published.