ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଛ ପୋଖରୀରେ କୀଟନାଶକ

0 2

ପଦ୍ମପୁର :- ପୂର୍ବ ଶତ୍ରୁତାକୁ ନେଇ ଘଟିଛି ଅଘଟଣ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଜିତପାଳି ଗ୍ରାମର ନିମାଇଁ ସାହୁଙ୍କ ଫାର୍ମରେ ଦୀର୍ଘ ଦିନରୁ ମାଛ ଚାଷ କରି ଥିବା ପୋଖରୀରେ କେହି ଜଣେ ଖଳପ୍ରକୃତିର ଲୋକ ରାତ୍ରୀରେ ପୋଖରୀରେ କୀଟନାଶକ ଓୌଷଧ ଦେଇଦେଥିବାରୁ ପୋଖରୀ ର କ୍ୟୁଣ୍ଟାଳ କ୍ୟୁଣ୍ଟାଳ ମାଛ ମରି ପଡିରହିଛି । ପରିବାର ଲୋକଙ୍କ କହିବା ଅନୁଯାଇ ଗ୍ରାମର ଗତି ସାହୁ କିଛିଦିନ ଆଗରୁ ନିମାଇଁ ଙ୍କ ବାପା ସଙ୍ଗେ କୌଣସି କାରଣରୁ ବଚସା ହେବାରୁ ପୋଖରିର ସବୁ ମାଛ ମାରି ଦେବି , ଫାର୍ମରେ ଥିବା ଗାଡି ପୋଡିଦେବି ବୋଳି ଧମକ ଦେଇଥିଲେ ଆଉ ଏବେ ସବୁଯାକ ମାଛ ମରି ପଡିରହିଛି । ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର କ୍ଷତି ହୋଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏନେଇ ପରିବାର ଲୋକେ ସୋହେଲା ଥାନା ରେ ଗତି ସାହୁଙ୍କ ନାମରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ସୋହେଲା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଥିବାବେଳେ ଗତିକୁ ଏନେଇ ପରରାଉଚୁରା କଲାପରେ ପ୍ରକୃତ ସତ୍ୟତା ଜଣାପଡିବ ।

Leave A Reply

Your email address will not be published.