‘ମା’ ପାଇଁ ଗଛଟିଏ’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ବୃକ୍ଷରୋପଣ

0 2

ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ‘ମା’ ପାଇଁ ଗଛଟିଏ’ ଅଭିଯାନକୁ ଜାରି ରଖିଛି । ଏହି ଅଭିଯାନ ଅଧୀନରେ ୧୭ ସେପ୍ଟେମ୍ବର ୨୦୨୪ ରେ ପ୍ରତିଷ୍ଠାନ ପରିସରରେ ଏକ ବୃକ୍ଷରୋପଣ ଡ୍ରାଇଭ୍ ଆୟୋଜିତ ହୋଇଯାଇଛି। ପ୍ରତିଷ୍ଠାନର ପ୍ରାୟ ୧୦୦ ସଦସ୍ୟ ଉତ୍ସାହର ସହ ଏହି ଡ୍ରାଇଭରେ ଅଂଶଗ୍ରହଣ କରିଥିଲେ ଏବଂ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସର ବିଭିନ୍ନ ସ୍ଥାନରେ ୨୦୦ଟି ଚାରା ରୋପଣ କରିଥିଲେ।
ଆଇଆଇଟି ଭୁବନେଶ୍ଵରର ବୋର୍ଡ୍ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂଏହିବୃକ୍ଷରୋପଣ ଡ୍ରାଇଭର ଶୁଭାରମ୍ଭ କରିଥିଲେ। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର, ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ଏବଂ ଏନଏସଏସର ସଂଯୋଜକ ଡକ୍ଟର ଶିବୟା ବାଥୁଲା ମଧ୍ୟ ତାଙ୍କ ସହ ଯୋଗ ଦେଇ ଚାରା ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଅଧ୍ୟାପକବୃନ୍ଦ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
ପ୍ରଫେସର-ଇନ-ଚାର୍ଜ-ହର୍ଟିକଲଚର ଡକ୍ଟର ଶ୍ରୀକାନ୍ତ ପାତ୍ରଏବଂହର୍ଟିକଲଚରିଷ୍ଟ୍ ଶ୍ରୀ କେ.ଭି. ରେଡ୍ଡୀ, ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏବଂ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.