ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୭/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ମନରେଗା ଜନ ଶୁଣାଣି ୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଙ୍କ ବ୍ଲକ ପ୍ରତିନିଧି ଜେ ରାଜ ଶେଖର ରାଓ,ଓର୍ମାସ ର ଯୁଗ୍ମ ସିଇଓ ଉମା ମହେଶ,ଜିଲ୍ଲା ସାମାଜିକ ସମୀକ୍ଷକ ବୈଭଦୂତ ଚଲାଣ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଧନ ସିଂ ଭତରା ,ମନରେଗା ଜନ ଶୁଣାଣି ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର ଓ ସଞ୍ଜୟ ପାଢ଼ୀ ପ୍ରମୁଖ ମଞ୍ଚାଷିନ ଥିଲେ। ୨୦୨୩/୨୪ ଆର୍ଥିକ ବର୍ଷରେ ଡାବୁଗାଁ ବ୍ଲକ ରେ ୫ ଲକ୍ଷ ୧୫ ହଜାର ଶ୍ରମ ଦିବସ ସୃଷ୍ଟି ନେଇ ଲକ୍ଷ୍ୟ ରଖା ଯାଇଥିବା ବେଳେ ରେକର୍ଡ ୭ ଲକ୍ଷ ୮୬ ହଜାର ୩୨୦ ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ଏହି ଅବସରରେ ୨୬୫୩ ପରିବାର ୧୦୦ ଦିନ ର ଶ୍ରମ ଦାନ କରିଥିଲେ। ବ୍ଲକ ସାମାଜିକ ସମୀକ୍ଷକ ସାରଦା ପ୍ରସାଦ ତ୍ରିପାଠୀ କେତୋଟି ଗ୍ରାମ ପଞ୍ଚାୟତ ରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ସ୍ଥଳରେ ଫଳକ ନ ଥିବା ଅଭିଯୋଗ କରିବା ସହ ଶୀଘ୍ର ସମ୍ପୂର୍ଣ କରିବାକୁ କହିଥିଲେ। ମନରେଗା ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର ଓ ସଞ୍ଜୟ ପାଢ଼ୀ ଗ୍ରାମ ପଞ୍ଚାୟତ ବୈଠକ ରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟ ର ସ୍ବଚ୍ଛତା ବଜାୟ ରଖିବାକୁ କହିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ମନରେଗା ଅତିରିକ୍ତ ପ୍ରୋଗ୍ରାମ ଅଫିସର ବର୍ଣବାସ ନାୟକ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ,ମୃତ୍ତିକା ସଂରକ୍ଷଣ ସୁପର ଭାଇଜର ଗୌତମ ସେଠୀ,ସହକାରୀ କୃଷି ଉଦ୍ୟାନ ଅଧିକାରୀ ଶିବ ଶଙ୍କର ପଣ୍ଡା , ବରିଷ୍ଠ ବିଜେପି ନେତା ଦିବାନ ସିଂ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ପିନ୍ଟୁ ଅଗ୍ରୱାଲ, ମନୋଜ ପାତ୍ର,ନରେଶ ସିଂ, ସମସ୍ତ ଲାଇନ୍ ବିଭାଗ ଅଧିକାରୀ ପିଇଓ, ଜିଆର ଏସ, ସରପଞ୍ଚ ତଥା ପଞ୍ଚାୟତ ସାମାଜିକ ସମୀକ୍ଷା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post