ସୁଭଦ୍ରା ଯୋଜନା ର ଶୁଭାରମ୍ଭ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୯/୨୪ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଆଜି ଓଡ଼ିଶାର ବହୁ ପ୍ରତିକ୍ଷୀତ “ସୁଭଦ୍ରା ଯୋଜନା” ର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ର ଜନତା ମଇଦାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଟନ ଚିପି ଓଡ଼ିଶା ର ମହିଳା ମାନଙ୍କୁ ଉପହାର ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଢା ,କନକ ବର୍ଦ୍ଧନ ସିଂ ଦେଓ ତଥା ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ୨୫ ଲକ୍ଷ ୧୧ ଜଣ ମହିଳା ଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ୫ ହଜାର ଟଙ୍କା ଲେଖାଏ ଟଙ୍କା ଜମା ହୋଇଛି। ଏହି ଅବସରରେ ଡାବୁଗାଁ ର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଏଲ ଇ ଡି ଲଗା ଯାଇ ପ୍ରଧାନମନ୍ତ୍ରୀ ଙ୍କ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ମହିଳା ମାନେ ସିଧା ଦେଖିଥିଲେ। ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜେପି ସରକାର ଓଡ଼ିଶାରେ ପ୍ରତ୍ୟେକ ୨୧ ବର୍ଷରୁ ଉର୍ଦ୍ଧ ଯୋଗ୍ୟ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିଛନ୍ତି। ଏଥି ନିମନ୍ତେ ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ନାମ ପଞ୍ଜୀକୃତ କରିବା ପାଇଁ ପ୍ରତ୍ୟେକ ଦିନ ମହିଳା ଙ୍କ ଲମ୍ବା ଲାଇନ୍ ଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତି ରେ ରାଜ୍ୟ ସରକାର ୫ ହଜାର ଲେଖାଏ ୧୦ ହଜାର ପ୍ରଦାନ କରିବାକୁ ଥିବା ବେଳେ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ପ୍ରତିନିଧି ଜେ ରାଜ ଶେଖର ରାଓ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା,ବିଡିଓ ଶରତ ମାଝୀ, ତହସିଲଦାର ହରି ଓମ ଭୋଇ, ଜିପିଇଓ ପଦ୍ମନାଭ ଭାଲ୍ଲା ସିଡିପିଓ ମିନତି ଦାସ, ପିଇଓ ଏଡି ପ୍ରସାଦ, ପର୍ଶୁରାମ ମାଳି, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ,ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ,ବରିଷ୍ଠ ବିଜେପି ନେତା ଦିବାନ ସିଂ,ମନୋଜ ପାତ୍ର, ଜି ସତ୍ୟା ରାଓ,ନରେଶ ସିଂ, ଜି କିରଣ, ରତନ କଲାର, ନରୁ ସିଂ,ଭୀମସେନ ଜେନା ପ୍ରମୁଖ ଙ୍କ ସହ ବ୍ଲକ ର ଅଙ୍ଗନୱାଡି,ଆଶା କର୍ମୀ, ସି ଆର ପି କର୍ମୀ,ମହିଳା ଏସ ଏଚ୍ ଜି,ତଥା ୨୦ ହଜାର ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିଲେ।

Leave A Reply

Your email address will not be published.