ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମୃତ୍ୟୁ ପରେ ଅନ୍ୟ ପାଇଁ ଆଲୋକ ସାଜିବେ ବେଲଗୁଣ୍ଠା ଆଳିଆ ସାହି ସୂର୍ଯ୍ୟ ଜେନାଙ୍କ ନାବାଳକ ପୁଅ ଆଲୋକ I ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଦଶମଶ୍ରେଣୀରେ ପଢୁଥିବା ଆଲୋକ ଗତ କାଲି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଆଜି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଆଲୋକଙ୍କ ପାରିବାର ଲୋକେ ଆଲୋକଙ୍କ ଆଖି ଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ଆଲୋକଙ୍କ ଅକାଳ ମୃତ୍ୟୁରେ ସମଗ୍ର ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଆଲୋକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ସେ ପୂର୍ବରୁ ପଢୁଥିବା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ବର୍ତ୍ତମାନ ପଢୁଥିବା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଶୋକ ସଭା ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି I ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଅନୁଷ୍ଠାନର ସଭାପତି ମାଧବ ଚନ୍ଦ୍ର ଆପଟ, ସମ୍ପାଦକ ସୁଶାନ୍ତ କୁମାର ବେହେରା ଓ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ଛାତ୍ର ଛାତ୍ରୀ ଶୋକ ସଭା କରି ଅମର ଆତ୍ମା ର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ସେହିପରି ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା, ଶିକ୍ଷୟିତ୍ରୀ ନିବେଦିତା ପାଲକଙ୍କ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଆଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ମେଧାବୀ ତଥା କର୍ମଠ ଛାତ୍ର ଆଲୋକଙ୍କ ଅକାଳ ବିୟୋଗ ବିଦ୍ୟାଳୟ ପାଇଁ ଅପୂରଣୀୟ କ୍ଷତି ହୋଇଥିବା ବେଳେ ତାର ଚକ୍ଷୁଦାନ ସମାଜ ପାଇଁ ଏକ ଅତୁଳନୀୟ ଅବଦାନ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ଗତକାଲି ଆଲୋକ କୌଣସି କାମରେ ତୁଳସୀ ନଗରରେ ରହୁଥିବା ସାଙ୍ଗ ପଖକୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ସ୍ପ୍ଲେଣ୍ଡର ବାଇକ ଆଲୋକ କୁ ଧକ୍କା ହେବା ଫଳରେ ଆଲୋକ ଛିଟିକି ପଡ଼ି ତଳେ ପଡିଯାଇଥିଲା। ଫଳରେ ତାରଛାତିରେ ଗଭୀର ଆଘାତ ଲାଗି ସେନ୍ସ ପଳେଇଯାଇଥିଲା। ଏହାପରେ ଉପସ୍ଥିତ ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଆଲୋକକୁ ଉଦ୍ଧାର କରି ଅଟୋ ଯୋଗେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଆଲୋକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଞ୍ଜନଗର ପଠେଇ ଦେଇଥିଲେ। କିନ୍ତୁ ଭଞ୍ଜନଗର ମେଡ଼ିକାଲରେ ବି ଆଲୋକର ସେନ୍ସ ନଫେରିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ରେଫେର କରାଯାଇଥିଲା । ରାତ୍ର 7,30 ମିନଟ ସମୟରେ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଲୋକର ମୃତ୍ୟୁ ଘଟିଥିଲା I ଆଜି ଵ୍ରହ୍ମପୁରରେ ଶବ ବ୍ୟବଚ୍ଛେଦ ଏବଂ ଚକ୍ଷୁଦାନ ପରେ ହେବାପରେ ଆଲୋକର ଶବ ଆଜି ସନ୍ଧ୍ୟା ସାତ ଘଣ୍ଟା ତିରିଶ୍ ମିନିଟ୍ ସମୟରେ ଗାଆଁରେ ପହଞ୍ଚିଥିଲା I ଆଜି ଆଲୋକର ଶବ ଗାଆଁରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିବା ସହିତ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା I ବେଲଗୁଣ୍ଠା ନଗରପାଳ ଫିରୋଜ ସେଠି ଓ ସମସ୍ତ କାଉନସିଲର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସହ ସମସ୍ତ ସାମ୍ବାଦିକ ଶୋକ ପ୍ରକାଶ କରିବl ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.