ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଘୁମୁସର ନୋଡ଼ାଲ୍ ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ସହର ମିଶନ୍ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ, ପଦ୍ମନାଭ ପ୍ରଧାନ, ଏନସିସି ଶିକ୍ଷକ ସୁମନ୍ତ କୁମାର ସେଠୀ,ଶିକ୍ଷକ କାହ୍ନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛତା ଏବଂ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ମାଆଙ୍କ ନାମରେ ଗଛଟିଏ ରୋପଣ କରିବା ସହିତ ଛାତ୍ରଛାତ୍ରୀ ବୃକ୍ଷରୋପଣ ଏବଂ ସ୍ଵଚ୍ଛତା ପାଇଁ ସମୂହ ଶପଥପାଠ କରିଥିଲେ I କାର୍ଯ୍ୟକ୍ରମରେ ସମସ୍ତ ସ୍ଵଚ୍ଛ ସାଥୀ ଏବଂ ବିଦ୍ୟାଳୟର କର୍ମଚାରୀ ସହଯୋଗୀ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post