ଗୁଣପୁର ଦିବ୍ୟ ଦର୍ଶନ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସତ୍ ସଙ୍ଗ ଅନୁଷ୍ଠିତ

0 2

ଗୁଣପୁର/ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ”ଦିବ୍ୟ ଦର୍ଶନ ସଂଘ” ଗୁଣପୁର ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ନିକଟସ୍ଥ ଜ୍ଞାନ ମନ୍ଦିର ପରିସର ମଧ୍ୟରେ ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଥିଲା।ଉକ୍ତ ଜ୍ଞାନ ଯଜ୍ଞରେ ବ୍ୟାସ ଆସନରେ ଅଳଙ୍କୃତହୋଇଥିବା ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରିୟତମ ଶିଷ୍ୟ ତଥା କେନ୍ଦ୍ରୀୟ କମିଟିର ଦିବ୍ୟ ସମ୍ପାଦକ ମହାମାନ୍ୟ କେଶବ ସେଠୀ ରାୟଗଡ଼ା,ପ୍ରିୟତମ ବରିଷ୍ଟ ଶିଷ୍ୟ ଶ୍ରୀ ସୁନାରାମ ମାଝି ସୁନାବେଡ଼ା, କୋଷାଧ୍ୟକ୍ଷକ ଶ୍ରୀ ଟି ଏନ୍ ଆଚାରୀ ନବରଙ୍ଗପୁର, କେନ୍ଦ୍ରୀୟ କମିଟିର ବରିଷ୍ଟ ଗୁରୁ ଭାଇ ଶ୍ରୀ ବାସିନୀ ଭୂଜଙ୍ଗରାଓ ଗୁମୁଡ଼ା ଯୋଗଦାନ କରି ଗୁଣପୁର କୋର୍ଟରେ ଷ୍ଟେନ ଭାବରେ କାର୍ଯ୍ୟରତ ଶ୍ରୀ ହନୁ ଏବଂ ପ୍ରମିଳା ସେଠୀଙ୍କ କନ୍ୟା ସ୍ବର୍ଗତ ଡକ୍ଟର ବିଜୟ ଲକ୍ଷ୍ମୀ ସେଠୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା ସଭା ଏବଂ ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଥିଲା।
ଉକ୍ତ ଜ୍ଞାନ ଯଜ୍ଞରେ ଧନଞ୍ଜୟ ବେହେରା, ଯାଦବ ବେହେରା, ସନ୍ତୋଷ ବେହେରା, ରାମ ମୂର୍ତ୍ତି ଗୋମଙ୍ଗ, ଏସ ଗୌରୀ, ଦ୍ୱିତିକୃଷ୍ଣ ସେନାପତି, ବଳରାମ ଲିମା,ହରିହର ସ୍ବାଇଁ, ଗଙ୍ଗା ସାହୁ, ଉର୍ମିଳା ମୁଟୁକା, ଶ୍ରୀଦେବୀଶବର,ମାମା ସେଠୀ, ସଙ୍ଗୀତାସେଠୀ, ବସନ୍ତଲିମା,କେଶବ ପଟ୍ଟନାୟକ, ସିମାଞ୍ଚଳରାଓ, ସୂର୍ଯ୍ୟନାରାୟଣ ପଣ୍ଡା ସମେତ ବିଭିନ୍ନ ପ୍ରାନ୍ତରୁ 400 ଗୁରୁ ଭାଇ ଭଉଣୀ ଏବଂ ଆଧ୍ୟାତ୍ମିକ ଜ୍ଞାନୀ ଭକ୍ତବୃନ୍ଦ ଯୋଗଦାନ କରି ସ୍ବର୍ଗତ ଗୁରୁ ଭଉଣୀ ବିଜୟ ଲକ୍ଷ୍ମୀଙ୍କର ଆତ୍ମାର ସଦ୍ ଗତି ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କ ଦେହରେ ଲୀନ ହୁଅନ୍ତୁ ବୋଲି ପୁଷ୍ପ ମଲ୍ୟାର୍ପଣ ପ୍ରଦାନକରି ଗୁରଙ୍କ ଠାରେ ପ୍ରାର୍ଥନା କରିଥିଲେ।ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରିଥିଲେ।
ତୁମେ ଯେ କୌଣସି ଧର୍ମାବଲମ୍ବୀ ବା ମତବଦୀ ହୁଅନା କାହିଁକି ଆତ୍ମଜ୍ଞାନ ବିନା ମୁକ୍ତି ଅସମ୍ଭବ।ଜୟ ସଦ ଗୁରୁ।

 

Leave A Reply

Your email address will not be published.