ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ବିଶ୍ଵକର୍ମା ପୂଜା

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଅଦ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଅଥବା ଆଜି ସେପ୍ଟେମ୍ବର ୧୬ ତାରିଖ ୨୦୨୪ ସୋମବାର ଦିନ ମହାଆଡମ୍ବରରେ ପାଳିତ ହୋଇଛି ବିଶ୍ଵକର୍ମା ପୂଜା ଉତ୍ସବ।

ହଜାର ହଜାର ବର୍ଷର ସନାତନ ହିନ୍ଦୁ ଧର୍ମ ଶାସ୍ତ୍ର ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ବିଶ୍ଵକର୍ମା ହେଉଛନ୍ତି ଦେବଶିଳ୍ପୀ। ଯିଏ କି ସ୍ଵୟଂ ବୃଦ୍ଧ ଵେସ ଧାରଣକରି ଏ ମର୍ତ୍ତ୍ୟଲୋକକୁ ଆସି ଆମ କୋଟି ଓଡିଆଙ୍କ ଆରାଧ୍ୟର ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କୁ ତାଙ୍କ ନିହାଣ ଶ୍ଵର୍ସ ରେ ରୁପ ଦେଇଥିଲେ। ସେଥିନିମିତ୍ତ ସେ ମହାନ୍ ଶିଳ୍ପୀ ର ଆବିର୍ଭାବ ଦିନକୁ ସାରା ସଂସାର ନିର୍ମାଣ କର୍ତ୍ତା ଙ୍କ ଉତ୍ସବ ଭାବେ ” ବିଶ୍ଵକର୍ମା ପୂଜା” ଉତ୍ସବ ପାଳନ କରୁଛି। ବିଶେଷ କରି ବଡ଼ ବଡ଼ ଶୀଳ୍ପକେନ୍ଦ୍ର ଶିଳ୍ପ ଶିକ୍ଷାନୁଷ୍ଠାନ ଠୁ ଆରମ୍ଭ କରି ବଢେଇ କମାର ସୁନାରି ପର୍ଯ୍ୟନ୍ତ ସମସ୍ତେ ଏହି ପୂଜା ଉତ୍ସବ ପାଳନ କରିଥାନ୍ତି।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ସୋରାଦେବୀ ମନ୍ଦିର ରାସ୍ତା ଆର୍.ଟି.ଓ ଅଫିସ୍ ପାଖରେ ଥିବା ଏକମାତ୍ର ସରକାରୀ ଶିଳ୍ପ ଅନୁଷ୍ଠାନ ରେ ନିତି ନିୟମାନୁସାରେ ଓ କଲେଜ୍ ଅଧ୍ୟକ୍ଷ ଶ୍ରୀ ଧନଞ୍ଜୟ ବାଙ୍କୀରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳନ ହୋଇଛି ବିଶ୍ଵକର୍ମା ପୂଜା। ଚଳିତ ୨୦୨୪ ବର୍ଷକୁ ମିଶାଇ ଦୁଇବର୍ଷ ହେବ ପାଳନ ହେଉଛି ଏହି ପୂଜା ଉତ୍ସବ। ସରକାରୀ ନିୟମାନୁସାରେ କେବଳ ଗୋଟିଏ ପୁଜା ଉତ୍ସବ ପାଳନ ହେଉଥିବା ହେତୁ ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କ ସହିତ କଲେଜ୍ ର ବିଭିନ୍ନ କତୃପକ୍ଷ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଦିବ୍ୟ ରଞ୍ଜନ ଦାସ, ସଞ୍ଜୟ ହାସଂଦା, ଜଗନ୍ନାଥ ଟୁଡୁ, ସୁକାନ୍ତ କୁମାର ବେହେରା, ଦେବେନ୍ଦ୍ର, ସ୍ୱାଗତିକା, ମଞ୍ଜୁଳା, ପ୍ରମୋଦ ଭୂୟାଁ, ପ୍ରମୋଦ ପ୍ରଧାନ, ଶୁଭେନ୍ଦୁ ପଟ୍ଟନାୟକ ସହିତ ସହଯୋଗୀ ଓ ସୁରକ୍ଷା କର୍ମୀ ଆଲୋକ କୁମାର ଦାଶ, ରାଜେଶ କୁମାର ବିଷୋୟୀ, ବିପ୍ରଚରଣ ନାୟକ ଯୋଗଦାନ କରିଥିଲେ ଓ ପୂଜା ଉତ୍ସବ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ସକାଳ ୧୧ ଘଣ୍ଟିକା ସମୟରେ ପୁଜା କାର୍ଯ୍ୟ ଆରମ୍ଭ ହୋଇ ଥିଲା। ପରେ ପରେ ହୋମ ଯଜ୍ଞ ପୁଷ୍ପାଞ୍ଜଳି ପ୍ରଦାନ ଓ ଆଳତି ହୋଇଥିଲା। ଶେଷରେ କଲେଜ୍ ତରଫରୁ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।

Leave A Reply

Your email address will not be published.