
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ -ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡୀ ସ୍ଥିତ ଶବ ବ୍ୟବଚ୍ଛେଦ ଗୃହର ଅବ ସ୍ଥା ଅତି ଶୋଚନୀୟ |ଉକ୍ତ ଘରର କବାଟ ଝରକା ସବୁ ଭାଙ୍ଗିରୁଜି ଯାଇଥିବା ବେଲେ କାନ୍ଥ, ଛାତ ଓ ଚଟାଣ ମଧ୍ୟ ଫାଟି ଗଲାଣି |ଛାତ ଉପରେ ଘାସବୁଦା ସବୁ ଉଠି ଜଙ୍ଗଲ ପରି ହୋଇଛି |ଅନ୍ୟପଟେ ଶବ ବ୍ୟବଚ୍ଛେଦ ଗୃହର ରାସ୍ତା ମଧ୍ୟ ସଂକୀର୍ଣ୍ଣ ରହିଥିବା ଯୋଗୁଁ ମହାପ୍ରୟାଣ ଗାଡି ମଧ୍ୟ ଯିବା ଆସିବାରେ ବହୁ ସମସ୍ୟା ଦେଖାଯାଉଛି |ହାଟଭରଣ୍ଡୀ ସି ଏଚ ସି ପକ୍ଷରୁ ଉକ୍ତ ଗୃହର ମରାମତି ସାଙ୍ଗକୁ ଘରେ ବିଦ୍ୟୁତ ସଂଯୋଗ କରିବା ସହ ହେଲୋଜିନ ଲାଇଟର ବ୍ୟବସ୍ଥା କରିବା,ପାଣିର ବ୍ୟବସ୍ଥା କରିବା ସାଙ୍ଗକୁ ହାତ ଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ଓ ରାସ୍ତା ଚଉଡା କରାଯିବା ନେଇ ବାରମ୍ବାର ଦାବୀ ହେଉଛି |ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସି ଏସ ସି ପକ୍ଷରୁ ଅଭିଯୋଗ ମଧ୍ୟ ହେଉଛି |ଗୃହରେ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା ନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି |ତେଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଶବ ବ୍ୟବଚ୍ଛେଦ ଗୃହର ମରାମତି କାମ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି |