ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟର ସ୍ଵର୍ଗତ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ଦ୍ବାଦଶାହ ତିଥି ଅବସରରେ ନିଜ ଜନ୍ମମାଟି କରାଗାଡିଆ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାସଜସେବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ସମାଜସେବୀ ପ୍ରହଲ୍ଲାଦ ଲେଙ୍କା, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସାଧାରଣ ସମ୍ପାଦକ ଦିବ୍ୟଲୋଚନ ଵିଶ୍ବାଳ, ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ନାୟକ, ଓକିଲ ସନ୍ତୋଷ କୁମାର ବିଶ୍ବାଳ,ଶିକ୍ଷାବିତ୍ ରାଜେନ୍ଦ୍ର ଡାକୁଆ, ପୂର୍ଣ୍ଣଚନ୍ଦ୍ର ଗୌଡ,ଛାୟାକାନ୍ତ ମହାପାତ୍ର,ପିତାମ୍ବର ପରିଡା, ଗୋଵରା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡା, ପରିବେଶବିତ୍ ଶିବରାମ ରାଉତ,କୁନା ପରିଡା, ଗୋରାଚାନ୍ଦ ସ୍ଵାଇଁ,ସ୍ଵସ୍ତି ସୁନ୍ଦର ଶିୟ, ଅକ୍ଷୟ କୁମାର ନାୟକ,କବି ଶିଶିର କାନ୍ତ ନାୟକ,ସମାଜସେବୀ ଜିତେନ୍ଦ୍ର ନାୟକ,ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ସମିତି ସଭ୍ୟ ବିଭୂପାଦ ଜେନା,ସରପଞ୍ଚ ଜୟରାମ ନାୟକ ପ୍ରମୁଖ ଯୋଗଦାନ କରି ପୁଷ୍ପ ଅର୍ପଣ ସହ ସ୍ଵର୍ଗତ ମହାନ୍ତିଙ୍କ ସ୍କୃତି ଚାରଣ କରିଥିଲେ । ଶେଷରେ ଶିବରାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କରାଗାଡିଆ ଗ୍ରାମବାସୀ ଓ ତାଙ୍କର ଶତାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post