ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସକାଳ ଦଶ ଘଣ୍ଟା ସମୟ,ରେ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ଠାରୁ ସୁଭଦ୍ରା ଯୋଜନା ସଚେତନତା ରାଲି ବାହାରି ବେଲଗୁଣ୍ଠା ସହର ପରିକ୍ରମା କରିଥିଲା I ଆଜି ଏହାକୁ ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ ପତାକା ଦେଖାଇ ଉଦ୍ଘାଟନ କରିଥିଲେ I ଏଥିରେ ସିଡିପିଓ ନଳିନୀ ମହାରଣା, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ଡିପିସି ପ୍ରଶାନ୍ତ କୁମାର ନାଇକ, ଆକାଉଣ୍ଟାଣ୍ଟ ଧବଳେଶ୍ୱର ଜେନା, ଜୀବୀକା ମିଶନର ସମସ୍ତ ଅଞ୍ଚଳ ପରିଦର୍ଶିକା,ସିଆର୍ପି,ଏମବିକେ,ମହାସଂଘର ସମସ୍ତ କର୍ମକର୍ତ୍ତା, ମହିଳା ସ୍ଵୟଂ ସହାୟିକା ଗୋଷ୍ଠି ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ I ଏହି ରାଲି ବ୍ଳକ୍ ରୁ ବାହାରି ଏନ୍ଏସି, ଜଗନ୍ନାଥପ୍ରସାଦ ରୋଡ଼୍, ହାଟପଦା ହୋଇ ସହର ପରିକ୍ରମା କରିଥିଲା I ମହିଳା ମାନେ କିପରି ଏହି ଯୋଜନାରେ ଅଧିକରୁ ଅଧିକ ସାମିଲ୍ ହୋଇ ଯୋଜନାର ଲାଭ ଉଠାଇପାରିବେ ରାଲିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଡ଼ିଓ ଭାରତୀ ଦେବୀ ପ୍ରକାଶ କରିଥିଲେ I
Sign in
Sign in
Recover your password.
A password will be e-mailed to you.