ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ:: ଜିଲ୍ଲାରେ ସୁଭଦ୍ରା ଯୋଜନା କୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଓ ଏହା ଉପରେ ବିଶେଷ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗତ ୭.୯.୨୦୨୪ ରିଖ ଠାରୁ ସୁଭଦ୍ରା ରଥ ସମସ୍ତ ବ୍ଲକରେ ଗଡୁଛି ଏବଂ ଉତ୍ସାହର ସହ ସ୍ବାଗତ କରାଯାଉଛି।ଜିଲ୍ଲାରେ ବିଭିନ୍ନ ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆଜି ପର୍ଯ୍ୟନ୍ତ ମୋଟ ୭୪୩୧୫ଜଣ ମହିଳା ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ କରିଛନ୍ତି।ସେଥିମଧ୍ୟରୁ ଚନ୍ଦାହଣ୍ଡି ବ୍ଲକରେ ୭୦୩୩ ଜଣ, ଡ଼ାବୁ ଗାଁ ବ୍ଲକରେ ୨୫୮୨ ଜଣ,ଝରି ଗାଁ ବ୍ଲକ ରେ ୯୫୧୩ଜଣ, କୋଶାଗୁମୁଡ଼ା ବ୍ଲକ ରେ ୭୨୩୮ ଜଣ,ନବରଙ୍ଗପୁର ବ୍ଲକରେ ୫୦୬୬ ଜଣ, ନନ୍ଦାହାଣ୍ଡି ବ୍ଲକରେ ୩୭୪୩ଜଣ, ପାପଡ଼ାହାଣ୍ଡି ବ୍ଲକରେ ୬୮୩୮ଜଣ , ରାଇଘର ବ୍ଲକରେ ୧୦୬୪୩ ଜଣ, ତେନ୍ତୁଳି ଖୁଣ୍ଟି ବ୍ଲକରେ ୭୨୪୫ ଜଣ, ଉମରକୋଟ ବ୍ଲକ ରେ ୧୧୬୭୩ ଜଣ,ନବରଙ୍ଗପୁର ପୌର ପରିଷଦ ରେ ୯୮୧ ଏବଂ ଉମରକୋଟ ପୌର ପରିଷଦରେ୧୭୩୪ ଜଣ ପଞ୍ଜିକରଣ କରିଛନ୍ତି। ସୁଚନା ଯୋଗ୍ୟ ଯେ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ୬ ଟି ସୁଭଦ୍ରା ସଚେତନତା ରଥ,୮୦୮ ଟି ଜନ ସେବା କେନ୍ଦ୍ର,୨୫୦ ଟି ମୋ ସେବା କେନ୍ଦ୍ର ସ୍ଥାପନ ସହ ପୋଷ୍ଟର, ଲିଫ୍ଲେଟ, ହୋର୍ଡିଂ ଓ ମାଇକ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି।ଆବେଦନ ନିମନ୍ତେ କୌଣସି ଅନ୍ତିମ ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ।୨୧ ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ।ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ରେ ବିନା ମୂଲ୍ୟରେ ଫର୍ମ ଉପଲବ୍ଧ ହେଉଛି।ସେହିପରି ବିନା ମୂଲ୍ୟରେ ସେବା କେନ୍ଦ୍ର ମାନଙ୍କରେ ଫର୍ମ ପୁରଣ ଓ ପଞ୍ଜିକରଣ କରା ଯାଉଛି। ଆବେଦନକାରୀ ନିଜର ଆଧାର ସହ ବ୍ୟାଙ୍କ ଲିଙ୍କ କରିବା ଆବଶ୍ୟକ। ହିତାଧିକାରୀ ଯେଭଳି ଅସୁବିଧାର ସମ୍ମୁଖିନ ନ ହୁଅନ୍ତି, ସେଥି ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.