ନବରଙ୍ଗପୁର ୧୨/୯/୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୧ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ସପ୍ତମ ରାଷ୍ଟ୍ରିୟ ପୋଷଣ ମାସ -୨୦୨୪ ଆଜି ଶୁଭାରମ୍ବ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦି କହଁର ଜିଲ୍ଲାରେ ଏହି ରାଷ୍ଟ୍ରିୟ ପୋଷଣ ମାସ ସମସ୍ତ ବ୍ଲକ, ଗ୍ରାମପଞ୍ଚାୟତ ଓ ଅଙ୍ଗନବାଡି ସ୍ତରରେ ଆୟୋଜନ କରାଯାଇ ବ୍ୟାପକ ଭାବରେ ଜନ ସଚେତନତା କରାଯିବ ବୋଲି ସୂଚନା ଦେଇଥିଲେ । ପରେ ପରେ ଜିଲ୍ଲା ପୁଷ୍ଟି ପରିଚାଳକ ସୁକାନ୍ତ ପାତ୍ର ଓ ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ସପ୍ତମ ରାଷ୍ଟ୍ରିୟ ପୋଷଣ ପାଳନ ଅବସରରେ ଜିଲ୍ଲା ,ବ୍ଲକ ଓ ଅଙ୍ଗନବାଡି ସ୍ତରରେ ମାସେ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମର ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ ମହାପାତ୍ର ସମାଜରୁ କୁପୋଷଣ କୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କୁପୋଷିତ ପିଲାମାନଙ୍କ ପରିବାରକୁ ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇବା ପାଇଁ ଅଗ୍ରାଧିକାର ଭିତିରେ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା ସହିତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ନିଷ୍ଠାପର ଭାବରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡୁ ପ୍ରତି ପିଲାମାଙ୍କର ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ରସଶ୍ଯ ଯଥା ମାଣ୍ଡିଆ, ସୁଆଁ , ବାଜରା ଓ ମକାରେ ଖାଦ୍ଯରେ ପ୍ରସ୍ତୁତ ସୁଷମ ଖାଦ୍ଯ ପିଲାମାଙ୍କୁ ଦେବାପାଇଁ ବୁଝାଇ ଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ ତ୍ରିପାଠୀ ଜିଲ୍ଲାରେ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ସନ୍ତୁଳିତ ଆହାର ର ଗୁରୁତ୍ଵ ଏବଂ ଜିଲ୍ଲାରେ ବାଲ୍ୟବିବାହ ଯୋଗୁଁ କମ ବୟସରେ ମାତୃତ୍ଵ ଲାଭ କରି କୁପୋଷିତ ମା ଓ ଶିଶୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ବିଭାଗ ଗୁଡିକ ସମ୍ମିଲିତ ଭାବରେ କିପରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ବିରାଞ୍ଚି ନାରାୟଣ ଦରୁୱାନ, ଉପଜିଲ୍ଲାପାଳ ପ୍ରକାଶ ପ୍ରକାଶ ଚନ୍ଦ୍ର ମିଶ୍ର , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ,ଜିଲ୍ଲା ସହାୟକ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ମାଝି , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ , ଜିଲ୍ଲା ମମତା ସଂଯୋଜକ ବିଶ୍ୱଜିତ ମହାନ୍ତି , ମିସନ ଶକ୍ତି ସଂଯୋଜକ ହର୍ଷାନନ୍ଦ ପ୍ରଧାନ ,ପିରାମଲ ଫାଉଣ୍ଡେସନ ବିକ୍ରମ ରଣା , ସିଡ଼ିପିଓ ଏସେ ଗୀତା, ଯମୁନା ଭତ୍ରା , ଗୀତା ମିଶ୍ର , ବିରଜା ମୋହିନୀ ପାଙ୍ଗି , ବିନୀତା ଜେଠି, ସୁଦର୍ଷନି ରଥ ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ତଥା ସମସ୍ତ ବ୍ଲକ ପୋଷଣ ସଂଯୋଜକ ମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣ କୁ କିପରି ସଂପୂର୍ଣ୍ଣ ମୁକ୍ତ କରାଯିବ ସେ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲାରେ ପୋଷଣ ମାସ ଅବସର ରେ ଉତ୍ତମ କାର୍ଯ୍ୟ ପଦର୍ଶନୀ କରିଥିବା ଅଙ୍ଗନବାଡି କର୍ମୀ ମାନଙ୍କୁ ପିରାମଲ ଫାଉଣ୍ଡେସନ ତରଫରୁ ଜିଲ୍ଲାପାଳ ଡଃ ମହାପାତ୍ର ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ନନ୍ଦାହାଣ୍ଡି ସିଡିପିଓ ଶସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.