ପଦ୍ମପୁର :- ପଦ୍ମପୁର ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ମାନେ ଆଜି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଳ ମୋତିରାମ ଚୌହାନ ଏବଂ ନୂତନ ଭାବରେ ଯୋଗଦାନ କରିଥିବା ଉପଜିଲ୍ଲାପାଳ ସୁଶ୍ରୀ ଅରଗୁଳା ସ୍ନେହା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ବରିଷ୍ଠ ନାଗରିକ ମାନଙ୍କ ର ସୁବିଧା ଅସୁବିଧା ପଚାରି ବୁଝିବା ସହିତ ଆବଶ୍ୟକ ସ୍ଥଳେ ପଦ୍ମପୁର ଅଂଚଳର ସାମୂହିକ ବିକାଶ ପାଇଁ ସହଯୋଗ କାମନା କରିଥିଲେ। ଏହି ସାକ୍ଷାତକାର ସମୟରେ ସଂଘ ର ସଭାପତି ଜୟନାରାୟଣ ତ୍ରିପାଠୀ, ଉପ-ସଭାପତି ଗୋବିନ୍ଦ ପାଣିଗ୍ରାହୀ, ଭରତ ଚନ୍ଦ୍ର ସାହୁ, ସଂପାଦକ ପୁରନ୍ଦର ଦୋରା, ବରିଷ୍ଠ ନାଗରିକ ନନ୍ଦକିଶୋର ମାଝୀ, ଗୌନ୍ତିଆ କୁମାର ସାହୁ, ନିରୋଜ ଦୋରା, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ମହାନ୍ତି, ବିବେକା ମହାପାତ୍ର, ଜିତେନ୍ଦ୍ର ଗୁରୁ , ସତ୍ଯନାରାୟଣ ତ୍ରିପାଠୀ, ବାସୁଦେବ ଦୋରା, ଜିତେନ୍ଦ୍ର ଦାଶ , ଅଶୋକ ପାଣିଗ୍ରାହୀ, ସଦାନନ୍ଦ ପୁରୋହିତ, ସେଖ ଆକବର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post