ଶିବାନନ୍ଦ ଜନ୍ମ ଦିବସ ପାଳିତ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦିବ୍ୟଜୀବନ ସଂଘ ,ଗୁଣପୁର ଶାଖା ତରଫରୁ ଆଜି ଶିବାନନ୍ଦ ମନ୍ଦିର ପରିସରରେ ସଦଗୁରୁ ଶିବାନନ୍ଦ ମହାରାଜଙ୍କ ୧୩୭ ତମ ଜନ୍ମ ଦିବସ ମହା ସମାରୋହରେ ପାଳିତ ସୋଇଯାଇଛି ।ଏହି ପବିତ୍ର ଦିବସରେ ଗୁରୁଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ମନୋଭାବ ନେଇ ସଦଗୁରୁଙ୍କ ଦିବ୍ୟ ସଦଗୁଣ ଅନୁସରଣ କଲେ ଜ୍ଞାନ ପ୍ରାପ୍ତି ସମ୍ଭବ । ଏହି ଅବସରରେ ଗୁରୁଭାଇ ଓ ଗୁରୁଭଉଣି ମାନଙ୍କ ଦ୍ଵାରା ଶ୍ରୀ ଶିବାନନ୍ଦ ସ୍ୱାମୀ ଙ୍କ ଗୁରୁପାଦ ପୂଜା, ଗୁରୁସ୍ରୋତପଠନ ଓ ପୂଜା ଅର୍ଚ୍ଚନା କରାଯାଇଥିଲା ।
ଏହି ପବିତ୍ର ଦିବସରେ ଶିଶୁ ଯତ୍ନ ଅନୁଷ୍ଠାନ(ବାଳନିକେତନ) ଗୁଣପୁର ଅନ୍ତେବାସି ମାନଙ୍କୁ ଶାଖା ତରଫରୁ ଖାତା,କଲମ, ପେନସିଲ,କଟର, ରୁଟି,ବିସ୍କୁଟ,ଚକଲେଟ ବଣ୍ଟନ କରାଯାଇଥିଲା । ଗୁରୁଭାଇ ରବିନ୍ଦ୍ର କୁମାର ସାହୁ, ଶଶୀଭୂଷଣ ମହାନ୍ତି,ସଦାଶିବପାତ୍ର,ସୁବାଷ ସେନାପତି। ପଞ୍ଚାନନ ହୋତା ଓ ଅନ୍ୟମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

 

Leave A Reply

Your email address will not be published.