ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ନୂଆଗଡ ବ୍ଲକ୍ ର ଏନ୍.ଝାଲାରସିଂ, କିରାମା ଓ ଅନୁଗୁର ସମେତ ଅନ୍ୟ ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ।
ସୁଭଦ୍ରା ଯୋଜନାର ଆବେଦନ ଫର୍ମର ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନସାଧାରଣଙ୍କୁ ସାମଗ୍ରିକ ସେବା ପ୍ରଦାନ କରିବା ପାଇଁ ସମସ୍ତ ଜନସେବା କେନ୍ଦ୍ରର ପରିଚଳକ ମାନଙ୍କୁ ଅନୁରୋଧ କରିଥିଲେ। ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ବ୍ୟକ୍ତି ଗତ ଭାବେ କେନ୍ଦ୍ରଗୁଡ଼ିକରେ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରି ଆବେଦନ ପ୍ରକ୍ରିୟା ଏବଂ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ପ୍ରତ୍ୟକ୍ଷ ହିତାଧିକରୀଙ୍କ ସହିତ ଆଲେଚନା କରିଥିଲେ। ସୁଭଦ୍ରା ଯୋଜନାର ସଫଳ ରୂପାୟନ ରେ ସେମାନଙ୍କର ଭୂମିକାର ଗୁରୁତ୍ବ ଉପରେ କେନ୍ଦ୍ର ପରିଚାଳକମାନଙ୍କୁ ଉପଜିଲ୍ଲାପାଳ ବୁଝାଇ ଥିଲେ ଓ ଆବଶ୍ୟକ ଦସ୍ତାବିଜ ଉପରେ ଆବେଦନକାରୀଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ , ସଠିକ ସମୟରେ ପ୍ରକ୍ରିୟା କରଣ ଏବଂ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖି କେନ୍ଦ୍ର ଗୁଡିକୁ ଆସୁଥିବା ହିତାଧିକାରୀମାନେ ଯେମିତି ସଠିକ ଭାବେ ସୁଭଦ୍ରା ପୋର୍ଟାଲ ରେ ପଞ୍ଜିକରଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ କେନ୍ଦ୍ରର କର୍ମଚାରୀମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର କାର୍ଯ୍ୟରେ ଅବହେଳା କିମ୍ବା ଅନିୟମିତତା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.