ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନଭେମ୍ବର ମାସ ୧୧ ତାରିଖ ୨୦୨୪ ବୁଧବାର ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ କରିଛି। ସୁଚନା ମୁତାବକ ବ୍ରହ୍ମପୁର ଏସ୍ ପି ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏକକାଳୀନ ୯ ସ୍ଥାନରେ ଚଢାଉ ଚାଲିଛି।
ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତରଫରୁ ଚଢ଼ାଉ ଚାଲିଛି। ଏକ କାଳୀନ ନଅ ଗୋଟି ଟିମ୍ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସଭବନ ସହ ଆହୁରି ଅନେକ ଗୁଡିଏ କୋଠାରେ ଚଢ଼ାଉ କରିଛନ୍ତି। ଆଜିର ଚଢ଼ାଉ ରେ ବ୍ରହ୍ମ ପୁର, ଛତ୍ରପୁର,କନ୍ଧମାଳ, ଗଜପତି ଅଞ୍ଚଳ ର ଭିଜିଲାନ୍ସ ବିଭାଗ ସାମିଲ ହୋଇଥିବା ସୁଚନା ମିଳିଛି ।ସୂଚନାଯୋଗ୍ୟ ଯେ ପ୍ରସନ୍ନ ସ୍ୱାଇଁ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।ଆଜିର ଚଢ଼ାଉ ରେ ଆୟକର ବିଭାଗ ଭଞ୍ଜନଗର ବ୍ୟତୀତ ବ୍ରହ୍ମପୁର ରେ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି। ସୂଚନାପ୍ରକାରେ ସ୍ୱାଇଁ ଙ୍କ ଭଞ୍ଜନଗର ବାଗଦେବୀ ରୋଡ ର ତିନି ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ତୁଳସୀ ନଗର ଚାରି ମହଲା ଘର, ଭଞ୍ଜନଗର ୬,ନମ୍ବର ୱାର୍ଡ ରେ ନିର୍ମାଣଧୀନ ଦୁଇ ତଳ ବିଶିଷ୍ଟ ଘର, ଭଞ୍ଜନଗର ରଘୁନାଥ ବିହାର ସଂପର୍କୀୟ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି ଏବଂ ଟିମ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଛି। ଖବର ଲେଖାଯିବା ସମୟ ପ୍ରଯ୍ୟନ୍ତ ଭିଜିଲାନ୍ସ ଟିମ ନିଜର ଛାନ୍ ଭିନ ଚଳାଇଛି । ଏହି ଟିମରେ ୭ ଜଣ ଡ଼ିଏସପି,୫ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ। ସଂପୂର୍ଣ୍ଣ ସମ୍ପତି ତାଲିକା ଆକଳନ ପରେ ଭିଜିଲାନ୍ସ ଟିମ୍ ର ସହାୟତା ରେ ଜଣାଯିବ।
Sign in
Sign in
Recover your password.
A password will be e-mailed to you.