ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ଅଙ୍ଗି ନଦୀ ତୁଠରେ ଭୂମି ପୂଜନ କରାଯାଇଛି। ଆଗାମୀ ଅକ୍ଟୋବର ମାସ ୧୬ ତାରିଖରେ ହେବାକୁ ଥିବା ଗଜ ଲକ୍ଷ୍ମୀ ପୂଜା ନିମନ୍ତେ ଲକ୍ଷ୍ମୀ ପୂଜା କମିଟି ତରଫରୁ କନ୍ୟାଶ୍ରମ ନିକଟ ଅଙ୍ଗି ନଦୀ ପୀଠରେ ମୂର୍ତ୍ତି ପାଇଁ ଭୂମି ପୂଜନ କରାଯାଇଥିଲା। ଏଥିରେ ମୁଖ୍ୟ ପୂଜକ ଚୈତନ୍ୟ ଦାଶ,ସହଯୋଗୀ ପୂଜକ ଗୋବିନ୍ଦ ପଣ୍ଡା,କର୍ତ୍ତା ରଣଜିତ ଘୋଡେ଼ଇ ଓ ମୂର୍ତ୍ତିକାର ତ୍ରିପତି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଭୂମି ପୂଜନ ପରେ ଲକ୍ଷ୍ମୀ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନଦୀ ପଠାରୁ ଶୁଭ ମାଟି ସଂଗ୍ରହ କରି ନିଆ ଯାଇଥିଲା। ସୂଚନା ଥାଉ କି ୨୦୧୫ ମସିହାରୁ ଡାବୁଗାଁ ରେଲି ସାହି ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଗଜଲକ୍ଷ୍ମୀ ପୂଜା ପାଇ ଆସୁଛନ୍ତି। ପୂଜା କମିଟି ତରଫରୁ ପ୍ରତିବର୍ଷ ମହା ଆଡମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ଏଥି ନିମନ୍ତେ ସୁନ୍ଦର ଲାଇଟ୍ ସାଜସଜ୍ଜା, ତୋରଣ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଆସୁଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଜଲକ୍ଷ୍ମୀ ପୂଜା କମିଟି ର ଜଗନ୍ନାଥ,କେଶବ, ପାପନା,ଶୋଭା, ଲବ,ଗୋପୀ,ରାଜୁ,ମନୁ,ରାମ, ରାବଣା,ସୁରେନ୍ଦ୍ର,ତରଣି ଓ ସୁଦର୍ଶନ ସହ ଅନ୍ୟମାନେ ଉପସ୍ଥିତ ଥିଲେ।