ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଭଞ୍ଜନଗରର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଶୁଭ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ଭଞ୍ଜନଗର ବାସଭବନ କୁ ନେତା, ରାଜନେତା, କର୍ମୀ, କାର୍ଯ୍ୟକର୍ତ୍ତା ଙ୍କ ଠୁ ଆରମ୍ଭ କରି ଯନ୍ତ୍ରୀ ଓ ସାମ୍ବାଦିକ ଙ୍କ ସୁଅ ଛୁଟିଥିଲା
ଆଜି ସେପ୍ଟେମ୍ବର ୯ ତାରିଖ ସୋମବାର ୨୦୨୪ ଦିନ ଭାରତୀୟ ଜନତା ପାର୍ଟି ଭଞ୍ଜନଗରର ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଶୁଭ ଜନ୍ମଦିନ ଉତ୍ସବ ନେତା କର୍ମୀ ଙ୍କ ଦ୍ୱାରା ପାଳିତ ହୋଇଛି। ଏହି ଅବସରରେ ବିଧାୟକ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ ନିମନ୍ତେ ତାଙ୍କ ଭଞ୍ଜନଗର ବାସ ଭବନରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଥିଲା।ପରେ ସେ ବିଭିନ୍ନ ଦେବାଳୟ କୁ ଯାଇ ପୁଜା ପାଠ କରି ଦିଅଁ ଦର୍ଶନ କରିଥିଲେ। ବିଧାୟକ ଙ୍କ ଜନ୍ମ ଦିନ ଅବସରରେ ଅନେକ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଧାୟକ ଙ୍କ ଖୁସି, ସଫଳତା, ନିରୋଗ ଓ ଦୀର୍ଘାୟୁ ପାଇଁ ଶୁଭ ମନାସି ବିଭିନ୍ନ ମନ୍ଦିରରେ ଭୋଗରାଗ କରିବା ସହିତ ତାଙ୍କୁ ଫୁଲତୋଡ଼ା ଦେଇ ଉତ୍ସାହିତ କରିଥିବାର ଦେଖାଦେଇଛି।
ଏଥିସହିତ ସଂଧ୍ୟା ୭ ଘଣ୍ଟା ସମୟରେ ବିଧାୟକ ଙ୍କ ଭଞ୍ଜନଗର ବାସଭବନରେ ବିଭିନ୍ନ ସମର୍ଥିତ ପଞ୍ଚାୟତ ରୁ ଆସିଥିବା ଅନେକ କର୍ମୀ ଓ କାର୍ଯ୍ୟକର୍ତ୍ତା ଙ୍କ ସହିତ ସାଧାରଣ ଜନତା ବିଧାୟକ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଉତ୍ସାହିତ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ ବିଧାୟକ ଙ୍କ ଦ୍ଵାରା କେକ୍ କଟା କାର୍ଯ୍ୟକ୍ରମ ହୋଇଥିଲା। ପରେ ପରେ ବ୍ଳକ୍ ଛକ ରୋଡ୍ ରେ ଥିବା ଫରେଷ୍ଟ ବଂଗଳା ରେ ଏକ ନୈସ୍ୟ ଭୋଜିର ଆୟୋଜନ ରେ ସମସ୍ତେ ମିଳିମିଶି ଭୋଜନ କରିଥିଲେ।