ନବରଙ୍ଗପୁର, ୯/୯/, ଅଶୋକ ସାହୁ, ଶାସକ ପ୍ରଶାସକ: ୮ ତାରିଖ ରାତି ଘଣ୍ଟାଏ ବର୍ଷରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି ଜଳମଗ୍ନ ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହୋଇ ବେହାଲ୍ ହୋଇଥିବା ଦେଖିବାକୁ ମିଳିଛି ।ବର୍ଷା ହେଲେ ଜଳ ଘଣ୍ଟାଏ ହେଲେ ନିଷ୍କାସନ ହୋଇପାରୁନି ଇନ୍ଦ୍ରାବତୀ ମୁଖ୍ୟରାସ୍ତା ରେ । ଏହି ରାସ୍ତା ର ଡ୍ରେନ ନିର୍ମାଣ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କରିଥିଲା। ଡ୍ରେନ ହେବା ପରଠାରୁ ଥରୁଟିଏ ବି ଡ୍ରେନ ସଫା ନା ପଞ୍ଚାୟତ କରିଛି ନା ରାସ୍ତା ଓ ଗୃହ ନିର୍ମାଣ ବିଭାଗ କରୁଛି ।ଏହି ମୁଖ୍ୟ ରାସ୍ତା ର ଜଳ ଜମି ନିଷ୍କାସନ ପାଇଁ ଯେତେ ଗୁଡ଼ିଏ ବାଇ ପାସ ଡ୍ରେନ ଥିଲା ସବୁ ବନ୍ଦ କରିଦେଇଛନ୍ତି ପାର୍ଶ୍ଵବର୍ତ୍ତୀ ଗୃହ ମାଲିକ । ମାଉସୀମା ମନ୍ଦିର ଠାରୁ ହାଇ ମାକ୍ସ ଛକ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ହୋଇଛି। ୧ କିଲୋମିଟର ମଧ୍ୟରେ ୩ ଗୋଟି ପୋଲ ଅଛି କିନ୍ତୁ ନିର୍ଗମନ ପଥ ଆବର୍ଜନା ରେ ଭରପୁର। ଆବର୍ଜନା ସଫେଇ ବ୍ୟବସ୍ଥା ନ ଥିବାରୁ ସମଗ୍ର ମାର୍କେଟ ର ଆବର୍ଜନା ଡ୍ରେନ ଓ ବ୍ରିଜ ସମ୍ମୁଖ ନିର୍ଗମନ୍ ସ୍ଥାନ ଏଭଳି ଅବସ୍ଥା ହୋଇଛି। ଡ୍ରେନ୍ ସଫା ହେଉନଥିବାରୁ ଓ ବର୍ଷା ହେଲେ ଜମା ହୋଇଥିବା ପାଣି ଡ୍ରେନରେ ଯିବାର ସୁବିଧା ନଥିବାରୁ ଜଳମୟ ହେଉଛି। କିଛି ଘଣ୍ଟାର ବର୍ଷା ରେ ସମଗ୍ର ସାହି ଓ ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ , କମ୍ଳେକ୍ସ ର କିଛି ଦୋକାନ ଗୃହ ରେ ପାଣି ପଶି ସମସ୍ୟା ସୃଷ୍ଟି କରୁଛି। ସମସ୍ୟା ପ୍ରତି ବର୍ଷ ହେଉଛି କିନ୍ତୁ ସମାଧାନ ନା ପଞ୍ଚାୟତ କରୁଛି ନା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନା କମ୍ପ୍ଲେକ୍ସ ମାଲିକ ? ବର୍ଷା ଜଳ ରାସ୍ତା ରେ ଯେଭଳି ଜମି ରହୁଛି ଯାତାୟତ ରେ ସମସ୍ୟା ସୃଷ୍ଟି କରୁଛି ଖାଲି ଯେ ଯାତାୟତ ରେ ବାଧା ସୃଷ୍ଠି ହେଉଛି ତାହା ନୁହଁ, ଜମି ରହୁଥିବା ଅପରିଷ୍କାର ଜଳ ହେତୁ ସାହିରେ ରୋଗକୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଥିବା ସାହି ବାସୀ କହିଛନ୍ତି । ତୁରନ୍ତ ଡ୍ରେନ ସଫେଇ କରି ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ରାସ୍ତା ରେ ପାଣି ଜମି ରହିବା ଯୋଗୁଁ ରାସ୍ତା ମଧ୍ୟ ନଷ୍ଟ ହୋଇ ସ୍ଥାନେ ସ୍ଥାନେ ଗର୍ତ୍ତ ସୃଷ୍ଟି ହେଲାଣି। ଏହି ସମସ୍ୟା ର ସମାଧାନ ପାଇଁ ଗତ ମାସରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି ଙ୍କୁ କିଛି ବଜାର ବାସୀ ଦାବୀ ପତ୍ର ଦେଇଥିଲେ, ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହଉଛି।ଏହାର ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ବିଭାଗୀୟ ଯନ୍ତ୍ରୀ ଡ୍ରେନ ରୁ ଜଳ ନୀର୍ଗମନ ବ୍ୟବସ୍ଥା କରିଲେ ହିଁ ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ଆଶା ବିଶ୍ଵାସ ରେ ଅଞ୍ଚଳ ବାସୀ ରହିଥିବା ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିଲା କେବେ ଅଞ୍ଚଳ ବାସୀ ଙ୍କ ଦାବି ସଫଳ ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post