ଗୁଣପୁର ଉପ କାରାଗାରରେ ସତ୍ ସଙ୍ଗ।

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ତରଫରୁ ସ୍ଥାନୀୟ ଉପକାରାଗାରର ଜେଲ ଅଧୀକ୍ଷକ ଶ୍ରୀ ହନୁ ସେଠୀଙ୍କ ତତ୍ତ୍ଵାବଧାନରେ ଏଦୀମାନଙ୍କୁ ନେଇଁ ସତ୍ ସଙ୍ଗର ଆୟୋଜନ କରାଯାଇଥିଲା। ପ୍ରଥମେ ଓଁକାର ଧ୍ୱନି ପରେ ପରେ ଗୁରୁଭାଇମାନଙ୍କ ଦ୍ଵାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା ଶ୍ରୀ ସେଠୀ ବାବୁ ତଥା ଜେଲ ଅଧୀକ୍ଷକ ପ୍ରାରମ୍ଭରେ ଆଧ୍ୟାତ୍ମିକ ଜ୍ଞାନର ସୂଚନା ପ୍ରଦାନ କରିଥିଲେ ଗୁଋଭାଇ ଓ ଭଉଣୀ ମାନଙ୍କୁ ଦିବ୍ୟପ୍ରବଚନ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଗୁରୁ ଭାଇ ଶ୍ରୀ ଧନଞ୍ଜୟ ବେହେରା, ଗୁରୁଭାଇ ଶ୍ରୀ ହରିହସ୍ବାଇଁ, ଡମ୍ବୁରୁ ପୃଷ୍ଟି ଏବଂ ଗୁରୁଭଉଣି ସଞ୍ଜୁକ୍ତା ପାଢ଼ି, ରୀନା ଶତପଥୀ ଯୋଗ ଦାନ କରି କଏଦୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ କାହିଁକି ଶିକ୍ଷା କରିବା ,ମନୁଷ୍ୟ କାହିଁକି ଦୁଃଖ ଭୋଗ କରୁଛନ୍ତି,ଦୁଃଖ କିପରି ଦୂର ହେବ, ଗୁରୁ କିଏ, ଦୀକ୍ଷା କାହିଁକି ଗ୍ରହଣ କରିବା ଗପ ଓ ଗୀତ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଦିବ୍ୟପ୍ରବଚନ ପ୍ରଦାନ କରିଥିଲେ। କଏଦୀ ମାନେ ଦିବ୍ୟ ପ୍ରବଚନ ଶ୍ରବଣ କରି ବହୁତ ଖୁସି ଅନୁଭବ କରିଥିଲେ। ସମସ୍ତଙ୍କର ମଙ୍ଗଳ କାମନା କରି ସତସଙ୍ଗ ସାଙ୍ଗ କରାଯାଇଥିଲା। ଜୟ ସଦ୍ ଗୁରୁ।

 

Leave A Reply

Your email address will not be published.