ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏହାର ସୁଯୋଗ ନେଇ କାଣ୍ଡ ଘଟାଇବାକୁ ଅସାମାଜିକ ବ୍ୟକ୍ତିମାନେ ତତ୍ପର ହେଲେଣି ।ଆଜି ଏପରି ଏକ ଘଟଣା ବେଲଗୁଣ୍ଠାରେ ଚାଲିଥିବା ଗଣେଶ ପୂଜା ମହାସମାରୋହରେ ଚାଲିଥିବା ବେଳେ ଗୋଟିଏ ପୂଜା ପେଣ୍ଡାଲରୁ ଗଣେଶଙ୍କ ମୃଣ୍ମୟୀ ମେଢ,ପୂଜା କରାଯାଇଥିବା ପିତ୍ତଳର ସାମଗ୍ରୀ ଓ ଟଙ୍କା ଚୋରି ହେବା ଘଟଣାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ତଥ୍ୟ ଅନୁସାରେ,ବେଲଗୁଣ୍ଠାର ଅଳିଆ ସାହିରେ ମୁଖ୍ୟ ରାସ୍ତାରେ ହୋଇଥିବା ଗଣେଶ ପୁଜା କମିଟି ତରଫରୁ ଗୋଟିଏ ଗଣେଶ ମେଢ଼ ହୋଇଥିଲା ।ସେହି କମିଟିର ସଭାପତି ଶ୍ରୀଧର ସାମଲଙ୍କ ଅଭିଯୋଗ ପ୍ରକାରେ,ଗତ କାଲି ଗଣପତିଙ୍କୁ ରୀତିନୀତି ଅନୁସାରେ ପୂଜା ସମାପନ କରି ସଭାପତି ଶ୍ରିଧର ସହିତ କମିଟିର ଅନ୍ୟ ସଦସ୍ୟ ପପୁ,ଓମ୍,ବାଦଲ, କ୍ରୀଷ୍ଣା ଓ ଶୁଭମ୍ ମେଢ଼ ନିକଟରେ ରାତି ଏକ ଘଟିକା ରେ ଶୋଇଥିଲେ । ସେମାନେ ଶୋଇବାର କିଛି ସମୟ ପରେ କୌଣସି ଦୁର୍ବୃତ୍ତ ପେଣ୍ଡାଲକୁ ଯାଇ ଅଗ୍ରପୂଜ୍ୟଙ୍କ ମୃଣ୍ମୟୀ ମେଢ, ପିତ୍ତଳ ସାମଗ୍ରୀ ସମେତ ଚାନ୍ଦା ଆଦାୟ ହୋଇଥିବା ପ୍ରାୟ ୮୧୭୦ ଟଙ୍କା ଓ ଶ୍ରୀଧରଙ୍କ ପର୍ସରୁ ପ୍ରାୟ ୫୦୦୦ ଟଙ୍କା ଚୋରି କରି ନେଇଥିବା ଏତାଲା ରେ ଦର୍ଶାଇ ଛନ୍ତି । ଆଜି ଭୋର୍ ସକାଳୁ ସମସ୍ତେ ଉଠିଲା ପରେ ଏପରି ହୋଇଥିବା ଜାଣିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିବି ସେ କହିଛନ୍ତିି ।ପ୍ରକାଶ ଥାଉ କି,ବେଲଗୁଣ୍ଠା ସହରରେ କିଛି ବର୍ଷ ହେଲା ଗଣେଶ ପୁଜା ଧୁମଧାମରେ ପାଳିତ ହେଉଥିବା ବେଳେ ସ୍ୱତନ୍ତ୍ର ସମୂହ ଭଷାଣୀ ଉତ୍ସବ ଦେଖିବାକୁ ମିଳେ । ବିଭିନ୍ନ ପୂଜା କମିଟି ତରଫରୁ ପ୍ରତିଯୋଗିତା ମୁଳକ ମେଢ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଫଳରେ ପ୍ରତି ବର୍ଷ ବିଭିନ୍ନ କମିଟି ଗଣେଶ ମେଢ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।ଏ ବର୍ଷ ବେଲଗୁଣ୍ଠା ସହରରେ ୨୦ ରୁ ଉର୍ଦ୍ଧ୍ୱ ମେଢ଼ ହୋଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post