ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଆଥଲେଟଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି: ନୀତା ଅମ୍ବାନୀ

3

ମୁମ୍ବାଇ : ସଦ୍ୟ ସମାପ୍ତ ହୋଇଥିବା ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ।

ଏହି ଅବସରରେ ସମସ୍ତ ଆଥଲେଟଙ୍କ ପ୍ରଶଂସାରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ମୁଁ ଭାରତର ଅସାଧାରଣ ଆଥଲେଟମାନଙ୍କ ପାଇଁ ବେଶ ଗର୍ବିତ ଅନୁଭବ କରୁଛି। ରେକର୍ଡ ୭ଟି ସ୍ବର୍ଣ୍ଣ ପଦକ ସହିତ ଏବେଯାଏଁ ସର୍ବାଧିକ ୨୯ ଟି ପଦକ ଏବଂ ଆମର ସର୍ବଶ୍ରେଷ୍ଠ ମେଡାଲ ତାଲିକା ରାଙ୍କିଙ୍ଗ (ସ୍ଥାନ) ସହ ଆପଣମାନେ କେବଳ ରେକର୍ଡ ଭାଙ୍ଗି ନାହାଁନ୍ତି, ବରଂ ଅନେକ ପ୍ରତିବନ୍ଧକ ଦୂର କରିଛନ୍ତି । ଆପଣମାନଙ୍କର ଦୃଢ଼ତା, ପ୍ରତିଭା ଏବଂ ସଫଳତା ଯୋଗୁଁ ଭାରତ ଆଜି ଉଚ୍ଚ ଭାବରେ ଛିଡା ହୋଇଛି। ଏହି ସଫଳତାକୁ ପାଳନ କରିବାରେ ଆପଣମାନେ ସାରା ଦେଶକୁ ଏକତ୍ର କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ବଡ କରିବା ପାଇଁ ସ୍ବପ୍ନ ଦେଖିବାକୁ ପ୍ରେରିତ କରିଛନ୍ତି। ମୁଁ ଆପଣ ସମସ୍ତଙ୍କ ଯାତ୍ରାକୁ ସଲାମ କରୁଛି ଏବଂ ଆଗାମୀ ବର୍ଷ ମାନଙ୍କରେ ଆପଣମାନେ ସଫଳତାର ଆହୁରି ଉଚ୍ଚତର ସ୍ଥାନରେ ପହଞ୍ଚିବାର କାମନା କରୁଛି । “

Leave A Reply

Your email address will not be published.