ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ – ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ସଭାପତି ତଥା ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଯୋଗ ଦେଇ ସଂସ୍କୃତ ଶିକ୍ଷାର ମହନୀୟତା ଉପରେ କହି ସଂସ୍କୃତ ଭାଷା ବୁଝିବା ଓ ତାର ମୂଲ୍ୟବୋଧର ଘୋର ଅଭାବ ରହିଛି। ସବୁ ଭାଷାର ମୂଳରେ ରହିଛି ଏହି ସଂସ୍କୃତ ଭାଷା। ସଂସ୍କୃତ ଭାଷାର ଉଜ୍ଜୀବିତ ପାଇଁ ଏହାର ପ୍ରଚାର ପ୍ରସାର ଦିଗରେ ସଂସ୍କୃତ ଶିକ୍ଷକ ମାନଙ୍କ ଗୁରୁଦାୟିତ୍ଵ ଉପରେ କହି ସେମାନେ ପିଲାଙ୍କୁ ଆକୃଷ୍ଟ କଲାଭଳି ଶିକ୍ଷାଦାନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଏହି ସମାରୋହ କାର୍ଯ୍ୟକ୍ରମରେ ପୁରୀ ସ୍ଥିତ ବେଦ କର୍ମକାଣ୍ଡ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଜଗବନ୍ଧୁ ମିଶ୍ର ଏବଂ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ବିଭାଗୀୟ ପ୍ରାଧ୍ୟାପକ ଡ଼ଃ ବିଘ୍ନେଶ୍ୱର ମିଶ୍ର ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ସ୍ଥିତି , ଏହାର ମହତ୍ତ୍ଵ ଓ ଆବଶ୍ୟକତା ଏବଂ ବୈଜ୍ଞାନିକ ତତ୍ତ୍ଵର ବିଭିନ୍ନ ଦିଗ ଉପରେ କହି ସଂସ୍କୃତକୁ ସମସ୍ତେ ଜାଣିଥିଲେ ହେଁ ସଂସ୍କୃତ ଭାଷାକୁ ବୁଝିବା ଏବଂ ଏହାର ବିକାଶ ଦିଗରେ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଡ଼ଃ ସୁଦର୍ଶନ ତ୍ରିପାଠୀ ଏବଂ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ତ୍ରିପାଠୀ ଙ୍କ ସମେତ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ବୈଜ୍ଞାନିକ ସିଦ୍ଧାନ୍ତ ଓ ଭାଷାତତ୍ତ୍ଵ ବିଷୟ ରେ ଆଲୋଚନା କରିଥିଲେ।
ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ଶ୍ରୀ ଶୁଭାଶିଷ ପତି ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ଵାଗତ କରିବା ସହ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଶୁଭଲକ୍ଷ୍ମୀ ଦାସ , ମଧୁସ୍ମିତା ଜେନା ଏବଂ ସୁଜାତା ତ୍ରିପାଠୀ।
କାର୍ଯ୍ୟକ୍ରମ ଉଦଘାଟନୀ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ ମଙ୍ଗଳାଚରନ ବେଦପାଠ କରିଥିଲେ ପଣ୍ଡିତ ରାଜେଶ ରଞ୍ଜନ ତ୍ରିପାଠୀ ଏବଂ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଶିକ୍ଷକ ଶ୍ରୀ ଆଶିଷ ମହାପାତ୍ର। ଶେଷରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ବିଦ୍ୟାଳୟର ଶ୍ରୀ ଗୌରୀ ଶଙ୍କର ମହାରଣା ଶ୍ରୀ ପରମେଶ୍ବର ନାୟକ , ଶ୍ରୀ ସନ୍ତୋଷ କୁମାର ଶତପଥୀ , ଶ୍ରୀମତୀ ମଧୁସ୍ମିତା ଜେନା ଏବଂ ଶ୍ରୀମତୀ ସୁଜାତା ତ୍ରିପାଠୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.