ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ଵର ସ୍ଥିତ ଜୟଦେବ ଭବନଠାରେ ୩୦ ଅଗଷ୍ଟ ୨୦୨୪ ଦିନ ବିଜେପି ପର୍ଯ୍ୟବେକ୍ଷକ କବି ତଥା ସାରସ୍ଵତ ସାଧକ ଶଙ୍କର ପରିଡ଼ା ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ”ପ୍ରଗତି” ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧନା ପାଇଛନ୍ତି।
ଗଜପତିରୁ ଜଣେ ସକ୍ରିୟ ମହିଳା ସଙ୍ଗଠନର ମୁଖ୍ୟ ଭାବେ ସଂଗୀତ , ସମାଜସେବୀ ଏବଂ ଲେଖିକା ଭାବେ ଦକ୍ଷତା ଯୋଗୁଁ ସେ ପୁରସ୍କୃତ ହୋଇଛନ୍ତି।
ଏହି ସମୟରେ ପାରଳା ର ବିଭିନ୍ନ ସାରସ୍ଵତ ଓ ସାଂସ୍କୃତିକ ପ୍ରତିଷ୍ଠାନର ଶିଳ୍ପୀ ଏବଂ ବୁଦ୍ଧିଜୀବୀ ଯଥା ବିଚିତ୍ରାନନ୍ଦ ବେବର୍ତ୍ତା , ଲୋକନାଥ ମିଶ୍ର , ମନୋଜ ପଟ୍ଟନାୟକ , ବଭୟଲିଙ୍ଗରାଜ ପାଣିଗ୍ରାହୀ , ଡ.ଭାରତୀ ପାଣିଗ୍ରାହୀ , ମୂରଲୀଧର ପରିଚ୍ଛା , କଲ୍ପନା ପଟ୍ଟନାୟକ , ସବିତା ପଣ୍ଡିତ ପ୍ରଭୃତି ତନୁଜାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.