ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର “କାବ୍ୟଧାରା” ଉନ୍ମୋଚନ ଉତ୍ସବ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରୁ ସୃଷ୍ଟି “ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନ”,ର ବୁଗୁଡ଼ା ଗଞ୍ଜାମ ଏବଂ ବ୍ରହ୍ମପୁର ସାହିତ୍ଯ ପରିଷଦ, ବ୍ରହ୍ମପୁର ଆନୁକୁଲ୍ୟରେ ,ଆଜି ବ୍ରହ୍ମପୁର ସ୍ଥିତ ଶଶିଭୂଷଣ ରଥ (ସ୍ଵୟଂଶାସିତ) ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଓ କବିତା ଆସର ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବିଶିଷ୍ଟ ଓ ମହାନ୍ ସାହିତ୍ଯ ମହାସଭାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ କବି, କବୟିତ୍ରୀ, ସାହିତ୍ୟିକ, ସଂଗଠକ ଓ ସାହିତ୍ଯ ପ୍ରେମୀ ଯୋଗଦାନ କରିଥିଲେ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବ କୁ ବିଶିଷ୍ଟ ନାଟ୍ୟକାର ଇଂ. ଶ୍ରୀ ଯାମିନୀକାନ୍ତ ଦାସ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି, ସଂଗଠକ ତଥା ଓଡିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ ଏବଂ ବ୍ରହ୍ମପୁର ସାହିତ୍ୟି ପରିଷଦର ସଭାପତି ଶ୍ରୀ ସୁଶାନ୍ତ ଦାଶ, ମୁଖ୍ଯ ବକ୍ତା ଭାବେ ବୌଦ୍ଧ ଜିଲ୍ଲା ଓଡିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ ଇଂ. ଡ. ସଞ୍ଜୟ କୁମାର ପଣ୍ଡା, ବରେଣ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ଭାବେ କବି ଡାକ୍ତର ରାଜେନ୍ଦ୍ର ବେହେରା, ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ଯ ବିଭାଗ ମୁଖ୍ଯ ଶ୍ରୀଯୁକ୍ତ ଶାନ୍ତନୁ ସୁନା ଓଡ଼ିଆ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ଗୌରୀପତି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାହିତ୍ଯ ସଭାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି ଓ କବୟିତ୍ରୀ ମାନେ ଯୋଗଦେଇଥିଲେ ।

ଓଡ଼ିଆ ଭାଷା ଓ ସାହିତ୍ୟର ଏହି ମହାଉତ୍ସବରେ ପ୍ର୍ରାୟ ୧୮୦ ଜଣ କବି ଓ କବୟିତ୍ରୀଙ୍କର କବିତାକୁ ନେଇ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସାହିତ୍ୟ ପରିଷଦ ପ୍ରକାଶିତ କବିତା ସଂକଳନ ‘କାବ୍ୟଧାରା’ , ଡ. ଶ୍ୟାମା ପ୍ରସାଦ ମିଶ୍ରଙ୍କ ରଚିତ “ନୀରବ ଭଗ୍ନାଂଶ (ହିନ୍ଦୀ)” , ଭୁବନେଶ୍ୱରର ବିଶିଷ୍ଟ ଗାଳ୍ପିକା, କବୟିତ୍ରୀ ଏବଂ ସଙ୍ଗଠିକା ଶ୍ରୀମତୀ ରୋଜାଲିନ ସେନାପତିଙ୍କ କ୍ଷୁଦ୍ର ଗଳ୍ପ ସଙ୍କଳନ “ନାରୀ ଏକ ଝୁଲନ୍ତା ତରବାରୀ” , ଇଂ.ଶ୍ରୀ ପ୍ରସନ୍ନ କୁମାର ଦାଶଙ୍କ କବିତା ସଙ୍କଳନ, ଶ୍ରୀଯୁକ୍ତ ସୁନୀଲ କୁମାର ଗୌଡ଼ ଙ୍କର “ବିଚିତ୍ରବର୍ଣ୍ଣା” କବିତା ସଂକଳନ ଏହି ଅବସରରେ ଉନ୍ମୋଚିତ ହୋଇଥିଲା ।

ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ଇଂ. ଯାମିନୀକାନ୍ତ ଦାସ, ଡ. (ଇଂ) ସଞ୍ଜୟ କୁମାର ପଣ୍ଡା,
ଡ. ବନମାଳି ପାଣିଗ୍ରାହୀ, ଡ. ସିମାଞ୍ଚଳ ପ୍ରଧାନ, ଇଂ. ପ୍ରଦୀପ କୁମାର ଷଡଙ୍ଗୀ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ଶ୍ରୀମତୀ ଦୀପ୍ତିମିତା ମହାପାତ୍ର, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଡ. ଭବାନୀ ଶଙ୍କର ମିଶ୍ର ଏବଂ ପ୍ରତିଭାବାନ ସାମ୍ବାଦିକ ଶ୍ରୀ ସୁଦୀପ ସାହୁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସାହିତ୍ଯ ସଭାରରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ତିନୋଟି କବିତା ଆସରରେ ଶ୍ରୀଯୁକ୍ତ କୃତିବାସ ବିଶ୍ବାଳ, ଶ୍ରୀମତୀ ଦୀପ୍ତିମିତା ମହାପାତ୍ର ଏବଂ ଡ. ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ବ କରିଥିଲେ । ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଅଞ୍ଜଳି ଦାଶ, କନ୍ଧମାଳ ଲେଖକ ସାମୁଖ୍ୟ ର ସଙ୍ଗଠନ ସମ୍ପାଦକ ଶ୍ରୀ ପ୍ରସନ୍ନ ପଣ୍ଡା ଏବଂ କବି ଶ୍ରୀ ବଂଶୀଧର ସେଠୀ କବିତା ଆସରରେ ଅତିଥିଭାବେ ମାର୍ଗ ଦର୍ଶନ କରିଥିଲେ । ସୁଶ୍ରୀ ସୁଚେତା ପାଣିଗ୍ରାହୀ, ସୁଶ୍ରୀ ନୀହାରିକା ସାହୁ, ଶ୍ରୀ ରାଇରଂଜନ ନନ୍ଦ ଓ ଶ୍ରୀ ମାଧବ ବାଡ଼ତ୍ୟା କବିତା ଗୁଡିକୁ ସଂଯୋଜନା କରିଥିଲେ ।

ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ତଥା ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ଏହି ସାହିତ୍ଯ ଆସରର ପରିଚାଳନାରେ ସହଯୋଗ କରି ଆସରକୁ ଆଶାତୀତ ସଫଳତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.