ସର୍ବ ଭାରତୀୟ କବାଡି ପ୍ରତିଯୋଗିତା :ଭିଲାଇ ବିଜେତା, ଯାଜପୁର ଉପ ବିଜେତା 

0

 ଝାରବନ୍ଧରୁ ସଦାନନ୍ଦ ବେହେରା 

ଝାରବନ୍ଧ, ବରଗଡ଼,ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତଗତ ବିଜାଢୋଲ ଗ୍ରାମରେ ମହାଲଷ୍ମୀ ପୂଜା ଅବସରରେ, ସର୍ବ ଭାରତୀୟ ମହିଳା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 38 ବର୍ଷରୁ ଲଗାତାର ଭାବରେ ମା ଲଷ୍ମୀପୂଜା ଅବସରରେ କମିଟି ତରଫରୁ କବାଡି ପ୍ରତିଯୋଗିତା ଆୟୋଜନ କରାଯାଇଛି।

ଚଳିତ ବର୍ଷ ଏହାକୁ ଆହୁରି ମନୋରଞ୍ଜନ କରିବା ପାଇଁ, ସର୍ବ ଭାରତୀୟ ସ୍ତରରେ  କରାଯାଇଥିଲା। ଛତିଶଗଡ଼ରୁ ଭିଳାଇ, ବିଳସପୁର, ଦୁର୍ଗ, ସମେତ ଓଡ଼ିଆ ରୁ ନୂଆପଡ଼ା, ଯାଜପୁର ଓ ଆୟୋଜକ ଦଳ ଭାବରେ ବିଜାଢୋଲର ମହିଳା ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଦୁଇ ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ପୃଥକ ପୃଥକ ଭାବରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ସଞ୍ଜୟ ଭୋଇ, ଝାରବନ୍ଧ ବ୍ଲକର ବିଡ଼ିଓ  ଶ୍ରୀ ଟିକେଶ୍ଵର ପଟେଲ, ଶ୍ରୀ ଭୋଜରାଜ ବାଗ, ନରେନ୍ଦ୍ର ପ୍ରଧାନ, ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। 

ଉଦ୍ଯାପନୀ  ଉତ୍ସବରେ ଯୁବ ନେତା ତଥା ସମାଜସେବୀ ରାଜୁ ଘିବେଲା, ଝାରବନ୍ଧ ବ୍ଲକର ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଲଲେଶ୍ୱରୀ ପଟେଲ, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, ଦୀପକ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦାନ କରି ପୁରସ୍କୃତ କରିଥିଲେ। ଭିଲାଇ ଦଳ ବିଜେତା ହୋଇଥିଲା ଏବଂ ଯାଜପୁର ଦଳ ଉପ ବିଜେତା ହୋଇଥିଲା।

Leave A Reply

Your email address will not be published.